Faguna Re Faguna

ଯେବେଠୁ ଚାହିଁଲି ତୋତେ ପ୍ରଥମ ଥର
ହୃଦୟରେ ମୋର ସ୍ପନ୍ଦନ ତୋର

ଯେବେଠୁ ପାଇଲି ତୋତେ ପାଖରେ ମୋର
ପଲକରେ ମୋର ଚେହେରା ତୋର

ପାଦ ଖୋଜେ ପାଦ ତୋର, ହାତ ଖୋଜେ ହାତ ତୋର
ମନ ଖୋଜେ ମନ ତୋର, ଆଖି ଖୋଜେ ସ୍ୱପ୍ନ ତୋର
ମୁଁ ଖାଲି ତୋ ପରି ବାସେ ଏଥର

ଫଗୁଣ ରେ ଫଗୁଣ, ମୁଁ ଦେଇଛି ସିନ୍ଦୁର
ଫୁଲରେ ସଜେଇ ତାକୁ, ତୁ କରିଦେ ସୁନ୍ଦର
ଫଗୁଣ ରେ ଫଗୁଣ, ଦେଇଯାରେ ସିନ୍ଦୁର
ଫୁଲରେ ସଜେଇ ମୋତେ, କରିଦେ ତୁ ସୁନ୍ଦର

ଯିଏ ନୀତି ଜାଳେ ସଞ୍ଜବତୀ ଧାରେ, ସେଇ ସୁକୁମାରୀ ତୁ ହି ତୁ
ସୁରଭି ସୁରଭି ସବୁ ସକାଳରେ, ତୋତେ ଭଲପାଏ ମୁଁ ହିଁ ମୁଁ

ଦିନ ଖୋଜେ ଛାଇ ତୋର, ରାତି ଖୋଜେ ସାଥି ତୋର
ଫୁଲ ଖୋଜେ ରଙ୍ଗ ତୋର, ମୁଁ ଖୋଜେ ସାଙ୍ଗ ତୋର
ମୁଁ ଖାଲି ତୋ ପରି ବାସେ ଏଥର

ଫଗୁଣ ରେ ଫଗୁଣ, ମୁଁ ଦେଇଛି ସିନ୍ଦୁର
ଫୁଲରେ ସଜେଇ ତାକୁ, ତୁ କରିଦେ ସୁନ୍ଦର
ଫଗୁଣ ରେ ଫଗୁଣ, ଦେଇଯାରେ ସିନ୍ଦୁର
ଫୁଲରେ ସଜେଇ ମୋତେ, କରିଦେ ତୁ ସୁନ୍ଦର

ଯିଏ ନୀତି ବୁଲେ ପ୍ରଜାପତି ପରି, ସେଇ ଫୁଲ ମୋତି ମୁଁ ହିଁ ମୁଁ
ଓ, ପହିଲି ପୁଲକ ତୋରି ପାଖରେ, ଅଟକି ଯାଉଛି ମୁଁ ହିଁ ମୁଁ

ଓଠ ଖୋଜେ ନାଁ ତୋର, ବାଟ ଖୋଜେ ଗାଁ ତୋର
ଗପ ଖୋଜେ କଥା ତୋର, ଗୀତ ଖୋଜେ ସୁର ତୋର
ମୁଁ ଖାଲି ତୋ ପରି ବାସେ ଏଥର

ଫଗୁଣ ରେ ଫଗୁଣ, ଦେଇଯାରେ ସିନ୍ଦୁର
ଫୁଲରେ ସଜେଇ ମୋତେ, ତୁ କରିଦେ ସୁନ୍ଦର
ଫଗୁଣ ରେ ଫଗୁଣ, ମୁଁ ଦେଇଛି ସିନ୍ଦୁର
ଫୁଲରେ ସଜେଇ ତାକୁ, ତୁ କରିଦେ ସୁନ୍ଦର



Credits
Writer(s): Subrat Swain
Lyrics powered by www.musixmatch.com

Link