Kalia Se Tike Kalia

ତାର ନାଆଁ ବଢ଼ିଆ
ତାର ଗାଆଁ ବଢ଼ିଆ
ତାର ନାଆଁ ବଢ଼ିଆ
ତାର ଗାଆଁ ବଢ଼ିଆ

ତାର ହସ ବଢ଼ିଆ
ତାର ବେଶ ବଢ଼ିଆ

ହେଲେ ଏତେ ବଢ଼ିଆ ଭିତରେ ଗୋଟେ ଅଡୁଆ

କାଳିଆ ସେ ଟିକେ କାଳିଆ
କାଳିଆ ସେ ଟିକେ କାଳିଆ
ତାର ନାଆଁ ବଢ଼ିଆ
ତାର ଗାଆଁ ବଢ଼ିଆ

ଗୋଟିଏ କଳାକୁ କରି ଷୋହଳ କଳା
ଗୋପରେ ସେ ଗୋପୀଙ୍କର ମନ ମୋହିଲା
କିଛି କଳା ନେଲେ ତାର ରାଧିକା ରାଣୀ
ଆଉ କିଛି କଳା ନେଲେ ଗୋପର ମଣି

ହେଲେ ଯେତେ ଦେଲେବି ରହିଲା ଆଗ ଭଳିଆ

କାଳିଆ ସେ ଟିକେ କାଳିଆ
କାଳିଆ ସେ ଟିକେ କାଳିଆ
ତାର ନାଆଁ ବଢ଼ିଆ
ତାର ଗାଆଁ ବଢ଼ିଆ

ମେଘର କଳାକୁ ନିନ୍ଦେ ତା ଦେହ କଳା
କଜଳ କଳାକୁ ନିନ୍ଦେ ତା ଚକାଡୋଳା
କନ୍ଦରର ରୂପ ନାହିଁ ତେଣୁ ସେ କଳା
କାଳିଆ ରୂପକୁ କିଏ ତୋଳିବ ଭଲା

ତେଣୁ ନିଜକୁ ନିଜେ ଗଢ଼ିଲା ନିଜ ଭଳିଆ

କାଳିଆ ସେ ଟିକେ କାଳିଆ
କାଳିଆ ସେ ଟିକେ କାଳିଆ
ତାର ନାଆଁ ବଢ଼ିଆ
ତାର ଗାଆଁ ବଢ଼ିଆ

ତାର ହସ ବଢ଼ିଆ
ତାର ବେଶ ବଢ଼ିଆ
ହେଲେ ଏତେ ବଢ଼ିଆ ଭିତରେ ଗୋଟେ ଅଡୁଆ

କାଳିଆ ସେ ଟିକେ କାଳିଆ
କାଳିଆ ସେ ଟିକେ କାଳିଆ
କାଳିଆ ସେ ଟିକେ କାଳିଆ



Credits
Writer(s): Prem Anand
Lyrics powered by www.musixmatch.com

Link