Prema Re Tora

ତୁ ପରୀ ରାଇଜର ପରୀଟେ
ଏଇ ଫଗୁଣର ସୁନା ଶାରୀଟେ
ତୁ ଖୋଲା ଆକାଶର ମେଘଟେ
ମିଠା-ପ୍ରେମ କରିବାର ପାଗଟେ

ତୁ ମୋ ଖୁସି, ମୋ ଦୁନିଆ
କରେ ଚୌକେଇ ମତେ ତୁ କିମିଆଁ
ମତେ ହୃଦୟରେ ରଖିନେ ସାଇତି
ବିତେ ତତେ ଭାବି-ଭାବି ମୋ ରାତି

ତୋ ପାଇଁ ମୋ ମନ ହେଲା ପାଗଳ

ପଡ଼ିଲି ସାଥେ ମୁଁ ପ୍ରେମରେ ତୋର
ପଡ଼ିଲି ସାଥେ ମୁଁ ପ୍ରେମରେ ତୋର

ଯେବେଠୁ ଦେଖିଛି ତତେ ପ୍ରଥମ ଥର
ଛାତିତଳୁ ଚୋରି ହେଲା ହୃଦୟ ମୋର
ତୋ ବିନା ଫିକା-ଫିକା ଲାଗେ ଜୀବନ
ତତେ ନେଇ ଦେଖିଛି ମୁଁ କେତେ ସପନ

ମୋ ମନରେ ଭରି ଦେଲୁ ଲକ୍ଷେ ତରଙ୍ଗ
ଲଗେଇଲୁ ମୋ ଦେହରେ ପ୍ରେମର ରଙ୍ଗ
सुरु ହେଲା କାହାଣୀ ତୋର ମୋର
ହେଇଗଲା ମତେ ବୋଧେ ପ୍ରେମର ଜର

ତୋ ବିନା ନୁହେଁ ଆଉ କାହାର

ପଡ଼ିଲି ସାଥେ ମୁଁ ପ୍ରେମରେ ତୋର
ପଡ଼ିଲି ସାଥେ ମୁଁ ପ୍ରେମରେ ତୋର

ମୋ ଭାବନା ଠାରୁ ବି ତୁ ବେଶୀ ସୁନ୍ଦର
ଡର ଲାଗେ ଲାଗିଯିବ କାହା ନଜର
ହୃଦୟରେ ସାଜିଛୁ ତୁ ସ୍ପନ୍ଦନ
ଅବୁଝା ହଉଛି ଭାରି ମୋର ଏ ମନ

ନିଜରଠୁ ତୁ ଲାଗୁ ବେଶୀ ନିଜର
ତୋ ବିନା ମୋ ସକାଳ ବି ଲାଗେ ଅନ୍ଧାର
ଆସିଛୁ ତୁ ଖାଲି ମୋରି ପାଇଁ
ରଖିନେବି ପାଖରେ ମୁଁ ଲୁଚେଇ

ସତ ଲାଗେ ସବୁ ସପନ

ପଡ଼ିଲି ସାଥେ ମୁଁ ପ୍ରେମରେ ତୋର
ପଡ଼ିଲି ସାଥେ ମୁଁ ପ୍ରେମରେ ତୋର
ପଡ଼ିଲି ସାଥେ ମୁଁ ପ୍ରେମରେ ତୋର



Credits
Writer(s): Kumar Santosh Dash
Lyrics powered by www.musixmatch.com

Link