Ferichi Faguna

ଚାହିଁ-ଚାହିଁ, ବାଟ ତୋର, କେତେ ଋତୁ ଚାଲିଗଲା
ଖୋଜି-ଖୋଜି, ଠିକଣା ତୋ, ପାଦ ମୋର ଥକିଗଲା

ଛାଡ଼ି ଯାଇଥିଲୁ ଯୋଉଠି
ଛିଡ଼ା ମୁଁ ହେଇଛି ସେଇଠି

ଦୁରେଇ ଦବୁନି ମୋ ରାଣ

ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ

ଭାବି-ଭାବି କଥା ତୋର ଦିନରାତି ବିତୁଥିଲା
ଏକା-ଏକା ଭାବନାରେ ହୃଦୟ ମୋ ଖୋଜୁଥିଲା

ବୁଝିନେ ସବୁ ତୁ ନୀରବରେ
ରହିଥିଲା କଥା ଦୂରତାରେ

ଭିଜିଗଲା ଆଜି ମୋ ମନ

ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ

ଯେବେଠୁ ତୋର ପ୍ରେମରେ ପଡ଼ିଛି, ନିଜକୁ ମୁଁ ଭୁଲିଯାଇଛି
ସବୁଥର ଖାଲି ତୋରି ଚେହେରା, ତୋ ମୁହଁ ମନେ ପଡ଼ୁଛି
"ଏମିତି ପ୍ରେମ କେମିତି ହେଲା?" ମନକୁ ମୁଁ ଯେବେ କହୁଛି
ତୋ ନାଁ ଛାଡ଼ି, ଦୁନିଆରେ ସବୁ ପରା ଭୁଲିଯାଇଛି

ଭିଡ଼ରେ ତୁ ଆଉ ଡ଼ରିବୁନି
ମୋ ହାତ ଜମାରୁ ଛାଡ଼ିବୁନି
ସବୁ କଥା ତୋର ମାନିନେବି
ତୋ ସାଥିରେ ବାଟ ଚାଲିଥିବି

ସତ ହେଲା ଆଜି ସବୁ ସ୍ଵପ୍ନ

ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ

ଏମିତି ରଙ୍ଗ ଲଗେଇଥିଲୁ, ଗଲାଣି ଯେ କେତେ ବରଷା
ଧୋଇ ପାରିନି, ସେ ଦାଗକୁ, ଅଛି ପରା ତୋ ଭରସା
ମହକି ଯାଉ ଯେମିତି ଧୀରେ, ବାସୁଛି ମିଠା ବଉଳ
ଅଧରାତି ଲାଗେ ତୋରି ସ୍ମୃତିରେ, ଯେମିତି ତାଜା ସକାଳ

ଅବୁଝା ଏ ମନ ବୁଝିଗଲା
ଖୋଜି-ଖୋଜି ତୋତେ ପାଇଗଲା
ଅକୁହା ସେ ଗପ ସରିଗଲା
ସେଦିନରୁ ଯାହା ବାକି ଥିଲା

ହେଇଗଲୁ ଆଜି ମୋ ଜୀବନ

ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ
ଫେରିଛି ଫଗୁଣ



Credits
Writer(s): Tapu Nayak
Lyrics powered by www.musixmatch.com

Link