Megha Mala Ku

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ
ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ

ଏ ଭବ ତରିତେ ତରିଗଲେ ଭକ୍ତେ
ଆଶ୍ରେ କରି ଯାର ନାମ ଭେଳାକୁ
ସଦାଶିବ ହର ହୋଇଲେ ଅମର
କୋଳେ ଧରିଛନ୍ତି ଗିରିବାଳାକୁ

ଗୁନ୍ଥିମାଳାକୁ ପିନ୍ଧି ଗଳାକୁ
ନାମ ଜପୁଛନ୍ତି କଳାଧଳାକୁ

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ

ସତ୍ୟରେ ଶ୍ରୀପତି ସମୁଦ୍ରକୁ ମନ୍ଥୈ
ତହିଁରେ ଜାତ କଲେ କମଳାଙ୍କୁ
ଦେବାସୁର ଯୁଦ୍ଧେ ଅମୃତ ବିବାଦେ
ମୋହିନୀ ହୋଇଲେ ଦେବଛଳାକୁ

ରାହୁ ଗଳାକୁ ଛେଦି ହେଳାକୁ
ମୋହକଲେ ମହାଦେବ ଭୋଳାକୁ

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ

ଏ କଳି ଯୁଗରେ କଳୁବଟ ମୂଳେ
ମାଡ଼ି ବସିଛନ୍ତି ଲକ୍ଷେ ଶିଳାକୁ
ବିକାଇଲେ ଅନ୍ନ ନେଲେ ଜାତିଧର୍ମ
କେହି ନ ଖୋଜଇ କାହା ଧର୍ମକୁ

କ୍ଷେତ୍ରସ୍ଥଳକୁ ମୁକ୍ତି ଖଳାକୁ
ଭାବେ ହୃଦାନନ୍ଦ ସନ୍ଥମେଳାକୁ

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ



Credits
Writer(s): Akshaya Mohanty, Hrudananda
Lyrics powered by www.musixmatch.com

Link