Nua Aruaa Chaula Baati

ନୂଆ ଅରୁଆ ଚାଉଳ ବାଟି
ମୁଁ ପକେଇ ଦେବି ଝୋଟି
ନୂଆ ଅରୁଆ ଚାଉଳ ବାଟି
ମୁଁ ପକେଇ ଦେବି ଝୋଟି

ଏଇ ମଗୁଶିର ଗୁରୁବାର ଚାରିପାଳି
ଏଇ ମଗୁଶିର ଗୁରୁବାର ଚାରିପାଳି

ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ନୂଆ ଅରୁଆ ଚାଉଳ ବାଟି
ମୁଁ ପକେଇ ଦେବି ଝୋଟି

ମଙ୍ଗଳା କୋଣରୁ ମୃଦଣ୍ଡ ଦୁଆର
ହୋ, ମଙ୍ଗଳା କୋଣରୁ ମୃଦଣ୍ଡ ଦୁଆର
ଲକ୍ଷ୍ମୀ ପାଦ ଝୋଟି ଦିଶେ ସୁନ୍ଦର
ହୋ, ଲକ୍ଷ୍ମୀ ପାଦ ଝୋଟି ଦିଶେ ସୁନ୍ଦର

ପଦ୍ମଫୁଲ ରେ ହାର ଗୁନ୍ଥିି
ମାଆ ଲକ୍ଷ୍ମୀଙ୍କୁ ଦେବି ଭେଟି
ପଦ୍ମଫୁଲ ରେ ହାର ଗୁନ୍ଥିି
ମାଆ ଲକ୍ଷ୍ମୀଙ୍କୁ ଦେବି ଭେଟି

ମୋର ମାଣବସା ଘରେ ଘିଅ, ଦୀପ ଜାଳିଛି

ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ନୂଆ ଅରୁଆ ଚାଉଳ ବାଟି
ମୁଁ ପକେଇ ଦେବି ଝୋଟି

ସୁଦଶା ବ୍ରତ ମୁଁ ବାନ୍ଧିଛି ବାହୁରେ
ହୋ, ସୁଦଶା ବ୍ରତ ମୁଁ ବାନ୍ଧିଛି ବାହୁରେ
ପଢ଼େ ଲକ୍ଷ୍ମୀ ପୁରାଣ ମୁଁ ମାଣବସା ଘରେ
ହୋ, ପଢ଼େ ଲକ୍ଷ୍ମୀ ପୁରାଣ ମୁଁ ମାଣବସା ଘରେ

ମଣ୍ଡା ପିଠା କରି ଗୋଟି-ଗୋଟି
ଭୋଗ ବାଢ଼ିଲି ମାଆ ପାଖେଟି
ମଣ୍ଡା ପିଠା କରି ଗୋଟି-ଗୋଟି
ଭୋଗ ବାଢ଼ିଲି ମାଆ ପାଖେଟି

ତାର ପାଦତଳେ ମନପ୍ରାଣ ଦେଲି ଢ଼ାଳି

ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ନୂଆ ଅରୁଆ ଚାଉଳ ବାଟି
ମୁଁ ପକେଇ ଦେଲି ଝୋଟି
ନୂଆ ଅରୁଆ ଚାଉଳ ବାଟି
ମୁଁ ପକେଇ ଦେଲି ଝୋଟି

ଏଇ ମଗୁଶିର ଗୁରୁବାର ଚାରିପାଳି
ଏଇ ମଗୁଶିର ଗୁରୁବାର ଚାରିପାଳି

ମାଆଙ୍କୁ ଆଣି ପାଛୋଟି
ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି
ମାଆଙ୍କୁ ଆଣି ପାଛୋଟି
ଲକ୍ଷ୍ମୀଙ୍କୁ ଆଣି ପାଛୋଟି



Credits
Writer(s): Prafulla Behera, Shiv
Lyrics powered by www.musixmatch.com

Link