Lataa Bane Buli Dekha

ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ

ପ୍ରତିଦିନ ତିନିପୁରେ ହେଉଛନ୍ତି ବେଶ ଗୋ
ହେଉଛନ୍ତି ବେଶ ଗୋ

ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ

ରୂପ-ବୃକ୍ଷ ମୂଳେ ଚେର ନାହିଁ ତ ବିକାଶ
ମେରୁକୁ ଦି ଗୁଣେ ମୋଟ ହୋଇଚି ପ୍ରକାଶ
ରୂପ-ବୃକ୍ଷ ମୂଳେ ଚେର ନାହିଁ ତ ବିକାଶ
ମେରୁକୁ ଦି ଗୁଣେ ମୋଟ ହୋଇଚି ପ୍ରକାଶ

ଅବସନ୍ତେ ପଲ ବୃଷ୍ଟି...
ଅବସନ୍ତେ ପଲ ବୃଷ୍ଟି ନାହିଁ ମଧୁମାସ ଗୋ

ଲତା ବନେ...
ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ

ନୀତି ଫୁଟେ, ନୀତି ତୁଟେ, ନ କରଇ ବାସ
ଅଣଛାୟା ତରୁ ତଳେ କରିଛନ୍ତି ବାସ
ନୀତି ଫୁଟେ, ନୀତି ତୁଟେ, ନ କରଇ ବାସ
ଅଣଛାୟା ତରୁ ତଳେ କରିଛନ୍ତି ବାସ

କଢ଼ରୁ ପଡିଲେ ଝଡ଼ି...
କଢ଼ରୁ ପଡିଲେ ଝଡ଼ି ସର୍ବି ଯିବେ ନାଶ ଗୋ

ଲତା ବନେ...
ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ

ଚାରି ବନେ ରଙ୍ଗ ଭୃଙ୍ଗ ନଯାଏ ତା ପାସ
ଭକତ ଜନଙ୍କ ଚିତେ ହୁଅଇ ତ ଦୃଶ
ଚାରି ବନେ ରଙ୍ଗ ଭୃଙ୍ଗ ନଯାଏ ତା ପାସ
ଭକତ ଜନଙ୍କ ଚିତେ ହୁଅଇ ତ ଦୃଶ

କହେ ଭୀମବହି ସାଧୁ...
କହେ ଭୀମବହି ସାଧୁ ଜନ ଘେନ ବାସ ଗୋ

ଲତା ବନେ...
ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ

ପ୍ରତିଦିନ ତିନିପୁରେ ହେଉଛନ୍ତି ବେଶ ଗୋ
ହେଉଛନ୍ତି ବେଶ ଗୋ

ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ
ବେନି ଗୋଟି ପୁଷ୍ପ ଗୋ



Credits
Writer(s): Balkrushna Dash, Bhima Bhoi
Lyrics powered by www.musixmatch.com

Link