Premare Premare

ହୋ-ହୋ-ହୋ-ହୋ-ହୋ
ହୋ-ହୋ-ହୋ-ହୋ-ହୋ-ହୋ-ହୋ
ହୋ-ହୋ-ହୋ-ହୋ-ହୋ-ହୋ-ହୋ-ହୋ-ହୋ

ମନ ଆଇନାରେ ତୁ ମୋର ଫୁଲେଇ ରାଣୀ
ମନେଇ ରଖିଛୁ ମତେ ଲୋ କହି କାହାଣୀ
ଚାଲିଲେ ହଲେଇ ଦଉଛୁ ଗଜରା ବେଣୀ
ପାଦରେ ପାଉଁଜି ପିନ୍ଧିଛୁ, ଅଳତା କାଇଁ?

ସଜେଇ ହଉଛୁ କେତେ ଲୋ ଦିନରାତି ତୁ ବସି ଲୋ?

ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ
ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ

ପ୍ରୀତି ତୋର ନିତି ଫୁଲ-ବିଛଣା
ଇଛା ହୁଏ ଶୋଇଯିବି
ଅଙ୍ଗ ତୋର ରଙ୍ଗ ଇନ୍ଦ୍ରଧନୁର
ଦେହ, ମନ ବୋଳିହେବି

ଓ, ପ୍ରୀତି ତୋର ନିତି ଫୁଲ-ବିଛଣା
ଇଛା ହୁଏ ଶୋଇଯିବି
ଅଙ୍ଗ ତୋର ରଙ୍ଗ ଇନ୍ଦ୍ରଧନୁର
ଦେହ, ମନ ବୋଳିହେବି

କାନ ଝୁମୁକା ବାଜିଲେ, ଦକ ପସେ ଛାତିରେ
କାଇଁ ମିଠା ଲାଗେ ସମ୍ପର୍କଟା ତୋ ସାଥିରେ?

ଏମିତି ରଙ୍ଗରେ ରଙ୍ଗିନୀ ସବୁଦିନ ଥା ସଙ୍ଗିନୀ

ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ
ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ

ଲାଜ ତୋର ସଜ ସରମିଲତା
ହୃଦୟକୁ ବିକେ କିଣେ
ହସ ତୋର ବାସ ରଜନୀଗନ୍ଧା
ରଙ୍ଗମହଲକୁ ଜିଣେ

ହେ, ଲାଜ ତୋର ସଜ ସରମିଲତା
ହୃଦୟକୁ ବିକେ କିଣେ
ହସ ତୋର ବାସ ରଜନୀଗନ୍ଧା
ରଙ୍ଗମହଲକୁ ଜିଣେ

କାହିଁ ଆଙ୍କେ ତୋର ଛବି ଏଇ ମନ କାନ୍ଥରେ?
ରହି ଯାଇଛୁ ଯେବେଠୁ ଏଇ ମନ ଭିତରେ

କେଉଁ ବିନ୍ଧାଣିର କଣ୍ଢେଇ ମତେ ରଖିଛୁ ଭଣ୍ଡେଇ?

ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ
ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ
ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ
ପ୍ରେମରେ ପ୍ରେମରେ ରଖି ଚୋରା ଚାହାଣୀ



Credits
Writer(s): Biraja Prasad
Lyrics powered by www.musixmatch.com

Link