Hey Prabhu Rama Sri Rama

ହେ ପ୍ରଭୁ ରାମ, ଶ୍ରୀରାମ
ତୁମ ପାଦପଦ୍ମକୁ ପ୍ରଣାମ
ହେ ପ୍ରଭୁ ରାମ, ଶ୍ରୀରାମ
ତୁମ ପାଦପଦ୍ମକୁ ପ୍ରଣାମ

ଯେ ପାଦ ପୂଜିଲେ
ମିଳିଯାଏ ସିନା
ଯେ ପାଦ ପୂଜିଲେ
ମିଳିଯାଏ ସିନା
ଚାରିଧାମେ ଯେତେ ପୁଣ୍ୟ

ହେ ପ୍ରଭୁ ରାମ, ଶ୍ରୀରାମ
ତୁମ ପାଦପଦ୍ମକୁ ପ୍ରଣାମ
ତୁମ ପାଦପଦ୍ମକୁ ପ୍ରଣାମ

ତୁମରି ପାଦର ପରଶ ପାଇତ
ଅହଲ୍ୟା ଉଦ୍ଧାର ହେଲା
ତୁମରି ପାଦର ପରଶ ପାଇତ
ଅହଲ୍ୟା ଉଦ୍ଧାର ହେଲା

ତୁମରି ପାଦକୁ ଧୋଇ କୈବର୍ତ୍ତ
ମୁକ୍ତିଧାମ ପାଇଗଲା

ସେ ପାଦ ମହିମା
ଭକ୍ତ ବୁଝେ ସିନା
ସେ ପାଦ ମହିମା
ଭକ୍ତ ବୁଝେ ସିନା
ଭକ୍ତିରେ ଭିଯିଲେ ମନ

ହେ ପ୍ରଭୁ ରାମ, ଶ୍ରୀରାମ
ତୁମ ପାଦପଦ୍ମକୁ ପ୍ରଣାମ
ତୁମ ପାଦପଦ୍ମକୁ ପ୍ରଣାମ

ତୁମରି ପାଦର କଠଉକୁ ନେଇ
ଭରତ କରିଲେ ପୂଜା
ତୁମରି ପାଦର କଠଉକୁ ନେଇ
ଭରତ କରିଲେ ପୂଜା

ତୁମରି ପାଦରେ ଶରଣ ଯାଇତ
ବିଭୀଷଣ ହେଲେ ରାଜା

ସେ ପାଦରେ ମତେ
ଶରଣ ଦିଅ ହେ
ସେ ପାଦରେ ମତେ
ଶରଣ ଦିଅ ହେ
ମର୍ଯ୍ୟାଦାପୁରୁଷୋତ୍ତମ

ହେ ପ୍ରଭୁ ରାମ, ଶ୍ରୀରାମ
ତୁମ ପାଦପଦ୍ମକୁ ପ୍ରଣାମ
ତୁମ ପାଦପଦ୍ମକୁ ପ୍ରଣାମ



Credits
Writer(s): Baidyanath Dash
Lyrics powered by www.musixmatch.com

Link