Maa Mora Maa Tu Saha Heithaa

ଶରତରେ ଆ କି ବସନ୍ତରେ ଆ
ପାର୍ବଣରେ ଆ କି ଫଗୁଣରେ ଆ
ଶରତରେ ଆ କି ବସନ୍ତରେ ଆ
ପାର୍ବଣରେ ଆ କି ଫଗୁଣରେ ଆ

ଆ ଥରେ ଆ
ମାଆ ମୋର ମାଆ ତୁ ସାହା ହେଇଥା

ମାଆ ମୋ ମାଆ, ମୋ ମାଆ, ମୋ ମାଆ
ମାଆ ମୋ ମାଆ, ମୋ ମାଆ, ମୋ ମାଆ

ଯେବେ ଯେବେ ଏ ଧରାରେ ପଡ଼ିଛି ଦୁର୍ଗତି
ତୁ ପରା ଦେଇଛୁ ମାଆ ବିପଦୁ ମୁକତି
ହୋ, ବିପଦ ନାଶିନି ବୋଲି ଜଗତରେ ଡ଼ାକ
ଜଗତ ଜନନୀ ତୁହି ହରିନଉ ଦୁଃଖ

ଦୟାମୟୀ ମାଆ
କୃପାମୟୀ ମାଆ ସବୁ ତୁଣ୍ଡେ ତୋର ନାଆଁ

ମାଆ ମୋ ମାଆ, ମୋ ମାଆ, ମୋ ମାଆ
ମାଆ ମୋ ମାଆ, ମୋ ମାଆ, ମୋ ମାଆ

ଯୁଗେ-ଯୁଗେ ଉଡ଼େ ତୋର ମହିମାର ଧ୍ଵଜା
ମନମନ୍ଦିରରେ ନିତି କରେ ତୋର ପୂଜା
ହୋ, ଅଭୟ ଦଉ ତୁ ବୋଲି ଅଭୟଦାୟିନୀ
ଜଗତ କଲ୍ୟାଣ କରୁ ତୁହି ମାଆ କଲ୍ୟାଣୀ

ମନ୍ଦିରରେ ତୁ
ମଣ୍ଡପରେ ତୁ ନିତି ପୂଜା ପାଉଥା

ମାଆ ମୋ ମାଆ, ମୋ ମାଆ, ମୋ ମାଆ
ମାଆ ମୋ ମାଆ, ମୋ ମାଆ, ମୋ ମାଆ



Credits
Writer(s): Baidyanath Dash
Lyrics powered by www.musixmatch.com

Link