Taku Bhulijare Hrudaya

ତାକୁ ଭୁଲିଯା ରେ ହୃଦୟ

ତାକୁ ଭୁଲିଯା ରେ ହୃଦୟ
ଯିଏ ଗଲା ତୋତେ ଭୁଲି
କାହିଁ ଚାହିଁଛୁ ତା ବାଟକୁ
ପୁଣି ଫେରିବ ସେ ବୋଲି?
କାନ୍ଦିବୁ ତୁ ଖାଲି

ତାକୁ ଭୁଲିଯା ରେ ହୃଦୟ
ଯିଏ ଦେଲା ଲୁହ ଖାଲି
କାଇଁ ଖୋଜୁଛୁ ତା ପ୍ରେମକୁ
ଯିଏ ଛାଡ଼ି ଗଲା ଚାଲି?
ଜଳିବୁ ତୁ ଖାଲି

ତୁ ସିନା ତୋ ପ୍ରେମରେ କରିନୁ ଉଣା
ତୋ ପାଇଁ ତା ଛାତିରେ ହଜାରେ ଘୃଣା

ତୁ ସିନା ତୋ ପ୍ରେମରେ କରିନୁ ଉଣା
ତୋ ପାଇଁ ତା ଛାତିରେ ହଜାରେ ଘୃଣା

ଯାହା ପାଇଁ ମନ ଗୋଟେ ମାଟି ଖେଳନା
ତାକୁ ଭଲ ପାଇ ଖାଲି ମରିବୁ ସିନା

ତାକୁ ଭୁଲିଯା ରେ ହୃଦୟ
ଯିଏ ଦେଲା ତୋତେ ଧୋକା
କାଇଁ କାନ୍ଦୁଛୁ ରେ ତା ପାଇଁ
ଯିଏ କରି ଗଲା ଏକା?
ବେଇମାନ୍ ପ୍ରେମିକା

ଭଲ ତାକୁ ପାଇଥିଲୁ ବିନା ସ୍ବାର୍ଥରେ
ଛାଡ଼ିଗଲା ତୋତେ ସିଏ ଅଧା ବାଟରେ

ଭଲ ତାକୁ ପାଇଥିଲୁ ବିନା ସ୍ବାର୍ଥରେ
ଛାଡ଼ିଗଲା ତୋତେ ସିଏ ଅଧା ବାଟରେ

ତୋତେ ଭୁଲି ସିଏ ଯଦି ଅଛି ଖୁସିରେ
କାହିଁକି ରଖିଛୁ ତାକୁ ତୋ ଛାତିରେ?

ତାକୁ ଭୁଲିଯା ରେ ହୃଦୟ
ଯିଏ ଚିରିଦେଲା ଛାତି
କାଇଁ ଝୁରୁଛୁ ରେ ତା ପାଇଁ
ଯିଏ ହେଲାନି ତୋ ସାଥୀ?
ଜାଳିଦେ ତା ସୃତି



Credits
Writer(s): Shubhransu Sekhar Nayak
Lyrics powered by www.musixmatch.com

Link