Haladi Basanta

ମୋ ହାତ ସିନ୍ଦୂର ଲାଗିଲାନି ଭଲ
କାହିଁକି ଲୋ କହ ତତେ?
ଜୀବନ ଠୁ ବେଶୀ ଭଲ ପାଉଥିଲି
କେମିତି ଭୁଲିଲୁ ମତେ?
କହ? କେମିତି ଭୁଲିଲୁ ମତେ?

କିଏ ଦେଲା ତତେ?
ନାଲି ସିନ୍ଦୂର ଲୋ
ହାତ କୁ ତୋ ନାଲି ଚୁଡ଼ି

କିଏ ଦେଲା ତତେ?
ପାଦ କୁ ପାଉଁଜି
ଦେହ କୁ ତୋ ପାଟଶାଢ଼ୀ

କିଏ ଦେଲା ତତେ?
ନାଲି ସିନ୍ଦୂର ଲୋ
ହାତ କୁ ତୋ ନାଲି ଚୁଡ଼ି

କିଏ ଦେଲା ତତେ?
ପାଦ କୁ ପାଉଁଜି
ଦେହ କୁ ତୋ ପାଟଶାଢ଼ୀ

ଏମିତି କେମିତି ବଦଳି ଗଲୁ ତୁ
ଏମିତି କେମିତି ବଦଳି ଗଲୁ ତୁ
ଆଉ ସେ ଚାହାଣୀ ନାହିଁ

ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ଆଉ ସେ ଚେହେରା କାଇଁ ଲୋ
କିଏ ନେଲା ଚୋରେଇ

ମୋ ପାଖେ ବସୁଥିଲୁ
କେତେ ଲୋ ଗପୁଥିଲୁ
କେମିତି ଭୁଲିଗଲୁ
ସେଦିନ ସେ କାହାଣୀ

ହୋ, ଟିକିଏ ରାଗୁଥିଲୁ
ଟିକିଏ ହସୁଥିଲୁ
ଦିନେ ନ ଦେଖି ମତେ
ହଉଥିଲୁ ବାୟାଣୀ

କଉ ପରଦେଶୀ ହାତ ଧରିନେଳୁ
କଉ ପରଦେଶୀ ହାତ ଧରିନେଲୁ
ମୋ କଥା ଭାବିଲୁ ନାହିଁ

ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ଆଉ ସେ ଚେହେରା କାଇଁ ଲୋ
କିଏ ନେଲା ଚୋରେଇ

ଆଜି ବି ସଞ୍ଜବେଳେ
ବସିଲେ ନିରୋଳା ରେ
ପୁରୁଣା ସ୍ମୃତି ଫେରେ
ହେଇ ମୋ ଛାତିତଳେ

ହାଏ, ସେ ଦିନ ସେଇ ରାତି
ଆଜିବି ଜାଳେ ଛାତି
ଅନୁରୋଧ ଲୋ ତତେ
ରଖିଥିବୁ ମନରେ

ଯଦି ଆଉଥରେ ଦେଖା ହେଇଯାଏ
ଯଦି ଆଉଥରେ ଦେଖା ହେଇଯାଏ
ଅଚିହ୍ନା ଭାବିବୁ ନାହିଁ

ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ଆଉ ସେ ଚେହେରା କାଇଁ ଲୋ
କିଏ ନେଲା ଚୋରେଇ
କିଏ ନେଲା ଚୋରେଇ
କିଏ ନେଲା ଚୋରେଇ



Credits
Writer(s): Panchanan Nayak
Lyrics powered by www.musixmatch.com

Link