Sateki a Jeeba Jiba

ସତେ କି ଏ ଜୀବ ଯିବ
ବୃନ୍ଦାବନେ ଯାଇ ସ୍ଥାନ ପାଇବ? ହେ ରାଧାଗୋବିନ୍ଦ
ଏହି ସୁଦୟା ମୋ ଠାରେ ଥିବ, ହେ ରାଧାଗୋବିନ୍ଦ

ଦିବସେ ମରଣ ହେବ
ଯମଦଣ୍ଡ ଆଉ ମତେ ନ ଦେବ, ହେ ରାଧାଗୋବିନ୍ଦ

ଏହି ସୁଦୟା ମୋ ଠାରେ ଥିବ, ହେ ରାଧାଗୋବିନ୍ଦ

ବାସି ମଢ଼ା ମୁଁ ନହୋଇବି
ତବ ନାମ ହୃଦେ ଜପୁଣ ଥିବି, ହେ ରାଧାଗୋବିନ୍ଦ
ଭବସାଗରୁ ତରିବି, ହେ ରାଧାଗୋବିନ୍ଦ

ବଂଧୁ ବାନ୍ଧବ ମୋ ହରି
ଚତୁଃପାର୍ଶ୍ଵେ ବସିଥିବେ ଟି ଘେରି, ହେ ରାଧାଗୋବିନ୍ଦ

ଏହି ସୁଦୟା ଥିବ ଟି ହରି, ହେ ରାଧାଗୋବିନ୍ଦ

ହରେ କୃଷ୍ଣ ହରେ ରାମ
ସେହି ନାମ ଧରି ଯିବ ଜୀବନ, ହେ ରାଧାଗୋବିନ୍ଦ
ଏତିକି ମୋ ନିବେଦନ, ହେ ରାଧାଗୋବିନ୍ଦ

ଏତିକି ମାଗୁଣି ମୋର
ଦୟା କରିଥିବ ଶ୍ରୀରଙ୍ଗାଧର, ହେ ରାଧାଗୋବିନ୍ଦ
କହେ ଅଚ୍ୟୁତି ପାମର, ହେ ରାଧାଗୋବିନ୍ଦ



Credits
Writer(s): Balkrishna Das, Achuta Mahapurusa
Lyrics powered by www.musixmatch.com

Link