Garibara Sathi Sabyasachi

ବେସାହାରାକୁ ଦେଲୁ ସାହାରା
ଅସହାୟକୁ ଦେଲୁ ଆସରା

ଭୋକିଲା ପେଟ ଦୁଃଖ ଅସରା
ଧାଇଁ ଆସିଲୁ ଶୁଣି ଡାକରା

ସାରା ରାଇଜର ତୁ ଗେହ୍ଲା ପୁଅ
ତୁ ଏକା ପୋଛିଲୁ ପ୍ରବାସୀର ଲୁହ

Reel ନୁହେଁ ତୁ real hero
ତୋ ପରି କିଏ ଅଛି?

ତୁ ଗରିବର ସାଥୀ, ସବ୍ୟସାଚୀ
ତୁ ଖଟୁ ଦିନରାତି, ସବ୍ୟସାଚୀ
ତୁ ଓଡ଼ିଆ ଟୋକା, ସବ୍ୟସାଚୀ
ତୁ बड़ा दिलवाला, ସବ୍ୟସାଚୀ

ଫେରିଲେ କେତେ ପ୍ରବାସୀ, ଖୋଜିନୁ କେବେ ସାବାସି
ଫେରେଇଲୁ ହସଖୁସି, ଧନ୍ୟ ତୁ (ଧନ୍ୟ ତୁ)

ଯୋଗେଇଦେଲୁ ସୁବିଧା, ଚାହିଁନୁ କିଛି ଫାଇଦା
ଲଢ଼ୁଛୁ ତୁ ସାଜି ଯୋଦ୍ଧା, ଧନ୍ୟ ତୁ (ଧନ୍ୟ ତୁ)
କୋଟିଏ ମାଆର ହେଲୁ ସୁନା-ପୁଅ

କଥାରେ ନୁହେଁ ତୁ କାମରେ hero
ତୋପରି କିଏ ଅଛି?

The real star, ସବ୍ୟସାଚୀ
The smiling star, ସବ୍ୟସାଚୀ
ତୁ ଓଡ଼ିଆ ଟୋକା, ସବ୍ୟସାଚୀ
ତୁ बड़ा दिलवाला, ସବ୍ୟସାଚୀ

ଅଛନ୍ତି କେତେ ତାରକା, ନାହିଁ କେ ତୋ ପରିକା
ବିପଦରେ ଆମ ସଖା ତୁ ଏକା (ତୁ ଏକା)

ଆସନ୍ତାକାଲି କହିବ, ତୋ କଥା ମନେ ରହିବ
ଇତିହାସ ହବ ଲେଖା, ହଁ, ଲେଖା (ହିଁ, ଲେଖା)

ଖଟିଖିଆ ପାଇଁ କାନ୍ଦେ ତୋର ପ୍ରାଣ
ତୋ ପରି ଆମେ କରିବୁ ରେ କାମ

Star ନୁହେଁ ତୁ यार ଆମର
ତୋ ପରି କିଏ ଅଛି?

The real star, ସବ୍ୟସାଚୀ
The smiling star, ସବ୍ୟସାଚୀ
ତୁ ଓଡ଼ିଆ ଟୋକା, ସବ୍ୟସାଚୀ
ତୁ बड़ा दिलवाला, ସବ୍ୟସାଚୀ

ତୁ ଗରିବର ସାଥୀ, ସବ୍ୟସାଚୀ
ତୁ ଖଟୁ ଦିନରାତି, ସବ୍ୟସାଚୀ
ତୁ ଓଡ଼ିଆ ଟୋକା, ସବ୍ୟସାଚୀ
ତୁ बड़ा दिलवाला, ସବ୍ୟସାଚୀ



Credits
Writer(s): Biraja Prasad, Pramod Parida
Lyrics powered by www.musixmatch.com

Link