Masa Masa Srabana Masa

ମାସ-ମାସ-ମାସ ଶ୍ରାବଣ ମାସ
ଶିବ ଦରବାର ଯିବାଲୋ ଆସ
ଦର୍ଶନ କରିବା ଭୋଳାମହେଶ

ମାସ-ମାସ-ମାସ ଶ୍ରାବଣ ମାସ
ଶିବ ଦରବାର ଯିବାଲୋ ଆସ
ଦର୍ଶନ କରିବା ଭୋଳାମହେଶ

ପାଣି ଢ଼ାଳି, ଦୀପ ଜାଳି
ସବୁ ସୋମବାର ପାଳି
ପାଣି ଢ଼ାଳି, ଦୀପ ଜାଳି
ସବୁ ସୋମବାର ପାଳି
ଶିବଙ୍କୁ କରିବା ତୋଷ

ମାସ-ମାସ-ମାସ ଶ୍ରାବଣ ମାସ
ଶିବ ଦରବାର ଯିବାଲୋ ଆସ
ଦର୍ଶନ କରିବା ଭୋଳାମହେଶ
ଦର୍ଶନ କରିବା ଭୋଳାମହେଶ

ବେଲ ପତରରେ ଶିବ-ଶିବ ଲେଖି
ଶହେଆଠ ନବା ଗଣି
ବୃଷଭ କାନରେ ଦୁଃଖ କହିଦେଲେ
ଜାଣିଯିବେ ବାବାମଣି

ବେଲ ପତରରେ ଶିବ-ଶିବ ଲେଖି
ଶହେଆଠ ନବା ଗଣି
ବୃଷଭ କାନରେ ଦୁଃଖ କହିଦେଲେ
ଜାଣିଯିବେ ବାବାମଣି

ମନେ ଥାଉ ଯେତେ ଦୁଃଖ
ଥାଉ ଯେତେ ମାନସିକ
ମନେ ଥାଉ ଯେତେ ଦୁଃଖ
ଥାଉ ଯେତେ ମାନସିକ
ସେଇଠି ହବଲୋ ଶେଷ

ମାସ-ମାସ-ମାସ ଶ୍ରାବଣ ମାସ
ଶିବ ଦରବାର ଯିବାଲୋ ଆସ
ଦର୍ଶନ କରିବା ଭୋଳାମହେଶ
ଦର୍ଶନ କରିବା ଭୋଳାମହେଶ

ମନେପଡ଼େ ସେଇ ସାଗର ମନ୍ଥନେ
ଶିବଙ୍କର ବିଷପାନ
ବିଷର ଜ୍ଵାଳାରୁ ରକ୍ଷା କରିବାକୁ
ଦେବ କଲେ ତାଙ୍କୁ ସ୍ନାନ

ମନେପଡ଼େ ସେଇ ସାଗର ମନ୍ଥନେ
ଶିବଙ୍କର ବିଷପାନ
ବିଷର ଜ୍ଵାଳାରୁ ରକ୍ଷା କରିବାକୁ
ଦେବ କଲେ ତାଙ୍କୁ ସ୍ନାନ

ଶିବଙ୍କୁ ସ୍ନାହାନ କରି
ଫେରିବା ଲୋ ପୁଣ୍ୟ ଧରି
ଶିବଙ୍କୁ ସ୍ନାହାନ କରି
ଫେରିବା ଲୋ ପୁଣ୍ୟ ଧରି
ଏଇ ସେ ପବିତ୍ର ମାସ

ମାସ-ମାସ-ମାସ ଶ୍ରାବଣ ମାସ
ଶିବ ଦରବାର ଯିବାଲୋ ଆସ
ଦର୍ଶନ କରିବା ଭୋଳାମହେଶ
ଦର୍ଶନ କରିବା ଭୋଳାମହେଶ
ଦର୍ଶନ କରିବା ଭୋଳାମହେଶ



Credits
Writer(s): Baidyanath Dash
Lyrics powered by www.musixmatch.com

Link