To Odhonee Padichhi Nali Nali

ଫଗୁଣର ରଙ୍ଗ ବୋଳି ଦିଶୁଛୁ ତୁ ନାଲି
ସପନରେ ଆସୁ ମୋର ନିଦ ଭାଙ୍ଗୁ ଖାଲି

ଶ୍ରାବଣରେ ଭିଜେଇଲୁ ତୋ ପ୍ରେମେ ପଡ଼ିଲି
ବୋହୁରାଣୀ ହେବି ତୋର ସଜେଇ ନେ ଖାଲି

ତୋ ହାତେ ମାଣ ବସିବ ମୋର
ହୃଦୟରେ ମୁଁ ତୋଳିଛି ଘର

ତୁ ମୋର ସୁକୁମାରୀ ଅଲିଅଳି

ତୋ ମେହେନ୍ଦି ଦିଶୁଛି ନାଲି-ନାଲି
ତୋ ଓଢ଼ଣୀ ପଡ଼ିଛି ନାଲି-ନାଲି
ମୋ ମେହେନ୍ଦି ଦିଶୁଛି ନାଲି-ନାଲି
ମୋ ଓଢ଼ଣୀ ପଡ଼ିଛି ନାଲି-ନାଲି

ପଦୁଅଁ ପତର ମୁହଁଟା ତୋହର
ହସ ତୋର ମଖମଲି
କଉ କାରିଗର ଗଢ଼ିଛି ତତେ ଲୋ
ଏମିତି ଯତନ କରି?

ହଁ, ପାଗଳ ଭଅଁର କରିଲୁ ନିଜର
ପ୍ରେମ ତୋର ବଦମାସୀ
ହଜାରେ ସପନ ଦେଲୁ ତୁ ଦେଖେଇ
କରିଦେଲୁ ପ୍ରେମଦାସୀ

ତୁ ଚାଲିଲେ ଧୀରେ ଫୁଟୁଛି ମଲ୍ଲି
ତୋ ଓଠର ହସ ଲାଗେରେ ଖିଲି

ତୁ ମୋର ସଜଫୁଟା ସଜମଲ୍ଳି

ତୋ ମେହେନ୍ଦି ଦିଶୁଛି ନାଲି-ନାଲି
ତୋ ଓଢ଼ଣୀ ପଡ଼ିଛି ନାଲି-ନାଲି
ମୋ ମେହେନ୍ଦି ଦିଶୁଛି ନାଲି-ନାଲି
ମୋ ଓଢ଼ଣୀ ପଡ଼ିଛି ନାଲି-ନାଲି

ହୋ, ସଜେଇ ଦେଲୁ ତୁ ଲାଜେଇ ଗଲି ମୁଁ
ଆରେ ମୋ ରାଜକୁମାର
ଓଢ଼ଣୀ ହେଲା ମୋ ମଥାର ଓଢ଼ଣା
ବୋହୁରାଣୀ ହେଲି ତୋର

ହେ, ମେଘର ପାଲିଙ୍କି ଚଢ଼ି ମୁଁ ଆସିଛି
ନେଇଯିବି ରାଣୀ କରି
ହୃଦୟେ ସଜେଇ ରଖିବି ସାଇତି
ଆଲୋ ମୋ ରାଜକୁମାରୀ

ତୋ ହୃଦୟର ମୁଁ ସ୍ବପ୍ନ-ସୁନ୍ଦରୀ
ବଜେଇଦେ ତୋ ଯୋଡ଼ି-ମହୁରୀ

ମୁଁ ତୋର ରୁପମତି ଚୁଲୁବୁଲି

ତୋ ମେହେନ୍ଦି ଦିଶୁଛି ନାଲି-ନାଲି
ତୋ ଓଢ଼ଣୀ ପଡ଼ିଛି ନାଲି-ନାଲି
ମୋ ମେହେନ୍ଦି ଦିଶୁଛି ନାଲି-ନାଲି
ମୋ ଓଢ଼ଣୀ ପଡ଼ିଛି ନାଲି-ନାଲି



Credits
Writer(s): Bibhun Kumar Sahoo, Chinmay Dash, Niranjan Panda
Lyrics powered by www.musixmatch.com

Link