Bibhusana Pushpe

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
ବିଭୂଷଣ କରି କନ୍ୟାକୁ ଆଣ
ବାରଣଶିରେ ପଦ ଦେଇ ଆସୁ
ବରଣ କରି ରାମ ମନ ତୋଷୁ ସେ
ବୋଲିଦେଲେ କଉଶିକ ଯେ
ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ

ବିଧାନ ହୋଇଛି ଯା ନାମ ସୀତା
ବର୍ଣ୍ଣନେ ଶୋଭା ଅତି ମଧୁରତା
ବୁଡି ନେତ୍ର ଆଜ ହେବ ପବିତ୍ର
ବିଶେଷେ କର୍ଷି ଦେଇ ହୃଦ କ୍ଷେତ୍ର ଯେ
ବୁଣିଲାଣି ସ୍ନେହ-ବୀଜ ଯେ
ବିଚାରୁ ଏମନ୍ତ ଜନକ ସମ୍ମତ ଶୁଣିଲେ ସଖୀ ସମାଜ ଯେ

ବେଶକାରୀ ଡାକି ପୀଠେ ବସାଇ
ବେଶ ବିରଚିଲେ ଚିତ୍ତ ରସାଇ
ବିମ୍ବ ଦେଖାଇଲେ ଛାମୁରେ କେହି
ବିମ୍ବାଧରୀ ଆଡମ୍ବରକୁ ବହି ସେ
ବିବନ୍ଧ କଲେ କୁନ୍ତଳ ଯେ
ବିଚିତ୍ର ମଣି ନୀଳମଣି ପ୍ରତିଭା ଉର୍ଦ୍ଧ୍ୱ ପ୍ରକାଶିତ ତଳ ଯେ

ବିଧାୟକ ଚିତ୍ର ଭାଲପଟରେ
ବର୍ଣ୍ଣକ ଛଳେ କସ୍ତୁରୀ ସିନ୍ଦୂରେ
ବିଶ୍ୱକୁ ତିଳକେ କରିବ ବଶ
ବିଧୃତ ଏ ଘେନି ତିଳକ ଭାଷ ସେ
ବେନି ହୀରା ଅବତଂସ ଯେ
ବର୍ଣ୍ଣି ଆସୁଁ ମୂକ କିବା ଗୁରୁ କବି ସେହି ଚିତ୍ରକର ଯଶ ଯେ

ବେଢରେ ପାଦରେ ଲେଖିଲେ ଲାକ୍ଷା
ବାରି ହେଲା ବେନିରଙ୍ଗ କି ଦକ୍ଷା
ବିକଶିତ କୋକନଦ ମଧ୍ୟର
ବେଢି ଭ୍ରମେ କି ସରସ୍ୱତୀ ନୀରେ ସେ
ବଂଶନଳିରେ ଥିବାର ଯେ
ବାଛି ପିନ୍ଧି ଦୁର୍ବାଦଳ-ନୀଳ ଚେଳ କୋଳ ଇଚ୍ଛି ଶ୍ରୀରାମର ଯେ



Credits
Writer(s): Nirmala Mishra
Lyrics powered by www.musixmatch.com

Link