Ki Khusi Aji Dekha Dharare

କି ଖୁସି ଆଜି ଦେଖ ଧରାରେ
କିଏ ସଜବାଜ କିଏ ଆସେରେ
କି ଖୁସି ଆଜି ଦେଖ ଧରାରେ
କିଏ ସଜବାଜ କିଏ ଆସେରେ

କାଇଁ ସାତମେଘ ଆକାଶରେ

ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ
ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ

କାହା ମୋହ ଆଜି କାହା ମାୟାରେ?
କାହା ଆଗେ ସରେ କାହା କଥାରେ?

ଧରାପୃଷ୍ଠେ କିଏ ଅବତରେ?

ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ
ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ

କୃଷ୍ଣପକ୍ଷ ଅଷ୍ଟମୀର ତିଥି
ଧାରା ଶ୍ରାବଣର ବର୍ଷାରାତି
ଅଷ୍ଟମ ଗର୍ଭରେ, ଦେବକୀ କୋଳରେ
ଆସୁଛନ୍ତି ମହାରଥୀ

କୃଷ୍ଣପକ୍ଷ ଅଷ୍ଟମୀର ତିଥି
ଧାରା ଶ୍ରାବଣର ବର୍ଷାରାତି
ଅଷ୍ଟମ ଗର୍ଭରେ, ଦେବକୀ କୋଳରେ
ଆସୁଛନ୍ତି ମହାରଥୀ

କି ମାୟା ଦେଖ ବନ୍ଦୀଗୃହରେ
ମାଆ ଗର୍ଭ ଚିରି କିଏ ଆସେରେ

କାଇଁ ମାଆ ଆଖିଲୁହ ଝରେ?

ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ
ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ

ଖୋଲିଯାଏ କାରାଗାର ଦ୍ୱାର
ଯିବେ ବାସୁଦେବ ନନ୍ଦଘର
କଚାଡୁଛି ମେଘ ଯମୁନା ଦି ଭାଗ
ଧରା ସାରା ଏକାକାର

ଖୋଲିଯାଏ କାରାଗାର ଦ୍ୱାର
ଯିବେ ବାସୁଦେବ ନନ୍ଦଘର
କଚାଡୁଛି ମେଘ ଯମୁନା ଦି ଭାଗ
ଧରା ସାରା ଏକାକାର

କିଏ ରଙ୍ଗ ବରଷିଲା ଗୋପରେ?
କିଏ ଭକ୍ତି ସଂଚାରିଲା ପ୍ରାଣରେ?

ଭିଜିଯାଏ ମନ ସାତସୁରେ

ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ
ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ
ହରେ କୃଷ୍ଣ-ହରେ କୃଷ୍ଣ
କୃଷ୍ଣ-କୃଷ୍ଣ, ହରେ-ହରେ



Credits
Writer(s): Prem Anand
Lyrics powered by www.musixmatch.com

Link