Mayabini

ଏ କି ଜାଦୁଗରୀ ଅଛି ତା' ଆଖିରେ?
ଦେଖି ମତୁଆଲା ମୁଁ ହେଲି ରେ
ଚିନ୍ହା-ଚିନ୍ହା ଲାଗେ ସେ ଅଚିନ୍ହା-ମୁହଁ
କାରଣ ମୁଁ ଖୋଜି ପାଉନି ରେ

ହୋ, ଏ କି ଜାଦୁଗରୀ ଅଛି ତା ଆଖିରେ?
ଦେଖି ମତୁଆଲା ମୁଁ ହେଲି ରେ
ଚିନ୍ହା-ଚିନ୍ହା ଲାଗେ ସେ ଅଚିନ୍ହା-ମୁହଁ
କାରଣ ମୁଁ ଖୋଜି ପାଉନି ରେ

ତୋ ପାଇଁ ଅସ୍ଥିର ମୋ ମନ, ବଢୁଛି ସ୍ପନ୍ଦନ
ଲାଗୁ କାଇଁ ଏତେ ନିଜର?
ତୋ ବିନା ଫିକା ଏ ଜୀବନ, ବେରଙ୍ଗି ସପନ
ତୁ ପ୍ରେମ ସଂଜୀବନି ମୋର

ମାୟାବିନୀ ତୋ କୁହୁକ ନଜର
ଝିଅ ନୁହେଁ ତୁ ସତେ ମିଠା ଜହର
ମାୟାବିନୀ ତୋ କୁହୁକ ନଜର
ଝିଅ ନୁହେଁ ତୁ ସତେ ମିଠା ଜହର

ଓଠ ନା ସେ କୋଉ ସଜ-ଗୋଲାପର ପାଖୁଡ଼ା?
ମୁହଁ ତା ଲାଗୁଚି ସତେ କି ଚାନ୍ଦର ଟୁକୁଡ଼ା
ହୋ, ଓଠ ନା ସେ କୋଉ ସଜ-ଗୋଲାପର ପାଖୁଡ଼ା?
ମୁହଁ ତା ଲାଗୁଚି ସତେ କି ଚାନ୍ଦର ଟୁକୁଡ଼ା

କସ୍ଥୁରୀ ପରି ତା ମହକ ନିଦ ମୋ ଚୋରାଏ
ଅଦିନେ ପୁଣି ସେ ପ୍ରେମ ବରଷାରେ ଭିଜାଏ

ଆଖି ଲାଗେ ତାର ଅଳସି ନଈ
ଧୀରେ ଧୀରେ ଗଲି ମୁଁ ତାର ହେଇ

ତୋ ବିନା ବୁଝେନି ମୋ ମନ, ଖୋଜେ ରାତି ଦିନ
ପାଇବାକୁ ସ୍ପର୍ଶଟେ ତୋର
ତୋ କଥା ଭାବି କାଟେ ଦିନ, ତୁ ଜଳ ମୁଁ ମୀନ
ମୋ ରାଣ କରିବୁନି ପର

ମାୟାବିନୀ ତୋ କୁହୁକ ନଜର
ଝିଅ ନୁହେଁ ତୁ ସତେ ମିଠା ଜହର
ମାୟାବିନୀ ତୋ କୁହୁକ ନଜର
ଝିଅ ନୁହେଁ ତୁ ସତେ ମିଠା ଜହର

ଜହ୍ନର ଜୋଛନା ଫିକା ଲାଗେ ତା' ଆଭା ଆଗେ
ତୁଳନା ନାହିଁ ତା କୋଉ ଅପସରିର ସାଙ୍ଗେ
ହୋ, ଜହ୍ନର ଜୋଛନା ଫିକା ଲାଗେ ତା' ଆଭା ଆଗେ
ତୁଳନା ନାହିଁ ତା କୋଉ ଅପସରିର ସାଙ୍ଗେ

କୋଇଲି ପରି ତା ମିଠା-କଥା ମନ ମୋ ମୋହେ
ଶୟନେ, ସପନେ, ଜାଗରଣେ ତତେ ହିଁ ଚାହେଁ

ଚାହାଣି ଯେ ତାର ମନ ମୋହିନୀ
ଚାଲି ଲାଗେ ତାର ଗଜଗାମିନି

ହେଲି ରେ ହେଲି ତୋ ଯୋଗୀ, ମୁଁ ପ୍ରେମ ରୋଗୀ
ତୁ ବଇଦ ମୋ ରୋଗର
ଥରେ ତୁ ହେଇଯା ଲୋ ରାଜି, ମୋ ପ୍ରେମିକା ସାଜି
ଗଢ଼ିଦବା ସ୍ବପ୍ନ ନଅର

ମାୟାବିନୀ ତୋ କୁହୁକ ନଜର
ଝିଅ ନୁହେଁ ତୁ ସତେ ମିଠା ଜହର
ମାୟାବିନୀ ତୋ କୁହୁକ ନଜର
ଝିଅ ନୁହେଁ ତୁ ସତେ ମିଠା ଜହର



Credits
Writer(s): Satya Jit
Lyrics powered by www.musixmatch.com

Link