Hey Biswakarma Aei Biswa Tuma Srusti

ହେ ବିଶ୍ଵକର୍ମା ଏଇ ବିଶ୍ଵ ତୁମ ସୃଷ୍ଟି
ତୁମରି ସୃଷ୍ଟିରେ ଥାଉ ତୁମରି ଦୃଷ୍ଟି
ହେ ବିଶ୍ଵକର୍ମା ଏଇ ବିଶ୍ଵ ତୁମ ସୃଷ୍ଟି
ତୁମରି ସୃଷ୍ଟିରେ ଥାଉ ତୁମରି ଦୃଷ୍ଟି

ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି
ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି

ହେ ବିଶ୍ଵକର୍ମା ଏଇ ବିଶ୍ଵ ତୁମ ସୃଷ୍ଟି
ତୁମରି ସୃଷ୍ଟିରେ ଥାଉ ତୁମରି ଦୃଷ୍ଟି

ବ୍ରହ୍ମାଙ୍କ ସ୍ୱରୂପ ଆହେ ବିଶ୍ଵକର୍ମା ଠାକୁର
ସ୍ଵର୍ଗର ଅମରାବତୀ କାରିଗରୀ ତୁମର
ତୁମେ ପ୍ରଭୁ ବିଶ୍ଵକର୍ମା ସେଇ ବୁଢ଼ା ବଢେଇ
ନୀଳାଚଳେ ଦାରୁମୂର୍ତ୍ତୀ ଦେଇଥିଲ ଗଢେଇ
ସବୁ ଯୁଗ ତ ଦେଖିଛି ତୁମ କଳା-କିରତୀ

ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି
ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି

ହେ ବିଶ୍ଵକର୍ମା ଏଇ ବିଶ୍ଵ ତୁମ ସୃଷ୍ଟି
ତୁମରି ସୃଷ୍ଟିରେ ଥାଉ ତୁମରି ଦୃଷ୍ଟି

ଚତୁର୍ଭୁଜ ବିଶ୍ଵକର୍ମା ତୁମେ ବିଶ୍ଵ-ବିଧାତା
ସବୁ ଶିଳ୍ପ ଶିଳ୍ପୀଙ୍କର ତୁମେ କୂଳ-ଦେବତା
କାମଦେବ ପରି ପ୍ରଭୁ ତୁମେ ପରା ତେଜସ୍ଵୀ
ଏ ସୃଷ୍ଟିରେ ଯାଉ ଆଜି ତୁମ କୃପା ବରଷି
ଘେନ ଏ ପୂଜା, ଘେନ ଏ ଫୁଲ, ଘେନ ଆରତି

ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି
ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି

ହେ ବିଶ୍ଵକର୍ମା ଏଇ ବିଶ୍ଵ ତୁମ ସୃଷ୍ଟି
ତୁମରି ସୃଷ୍ଟିରେ ଥାଉ ତୁମରି ଦୃଷ୍ଟି

ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି
ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି
ଦେବଶିଳ୍ପୀ ହେ, ଘେନ ମୋର କୋଟି ପ୍ରଣତି



Credits
Writer(s): Prem Anand
Lyrics powered by www.musixmatch.com

Link