Dinare Delu Janha Dekhei

ଦୁନିଆଟା ସାରା ଉଆଁସ, ଉଆଁଶ, ଉଆଁଶ
ତୋ ପଣତରେ ଖେଳେ ପୁନେଇ
କୁଆଡେ ଯାଉ ଚୁଇଁ ଲୋ, ଚୁଇଁ ଲୋ, ଚୁଇଁ ଲୋ?
ଚାଲି ତୋର ତାତାଥେଇ

ପିନ୍ଧିଛୁଲୋ ସିଲିକି ଶାଢ଼ୀ, ସଜ ଗୋଟା ଗୋଲାପ କଢ଼ି
ପିନ୍ଧିଛୁଲୋ ସିଲିକି ଶାଢ଼ୀ, ସଜ ଗୋଟା ଗୋଲାପ କଢ଼ି

ପଣତକୁ ତୋର ପବନରେ ଦେଲୁ
ଉଡ଼େଇ-ଉଡ଼େଇ-ଉଡ଼େଇ

ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ

ଯେବେ ଯାଉ ଏଇ ବାଟ ଦେଇ
ମୋର ଦିଲ୍ ଦେଉ ଦୁଲୁକେଇ
ମୋତେ ଘାରେ ଲୋ ମହୁଲି ନିଶା
ଯେବେ ଆଖିରେ କରୁ ଲଢ଼େଇ

ହୁଁ, ଯେବେ ଯାଉ ଏଇ ବାଟ ଦେଇ
ମୋର ଦିଲ୍ ଦେଉ ଦୁଲୁକେଇ
ମୋତେ ଘାରେ ଲୋ ମହୁଲି ନିଶା
ଯେବେ ଆଖିରେ କରୁ ଲଢ଼େଇ

ହାଏ, ହାଏ ତୋ ଚୋରା ଚାହାଣି
ମୋର ଛାତିକୁ ଦେଉଛି ହାଣି
ଏଇ ମନକୁ କଲୁ ଘାଇଲା
ଖାଲି ଝରେ ଲୋ ପ୍ରେମ ଲହୁଣୀ

ହେଇଛୁଲୋ ଏତେ ସଜେଇ ରସଝରା ରସମଲେଇ
ହେଇଛୁଲୋ ଏତେ ସଜେଇ ରସଝରା ରସମଲେଇ

ପଣତକୁ ତୋର ପବନରେ ଦେଲୁ
ଉଡ଼େଇ-ଉଡ଼େଇ-ଉଡ଼େଇ

ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ

ଥରେ ଆ ମୋ ସୁନା ଚଢ଼େଇ
ଆଉ ହ ନା ଏତେ ଫୁଲେଇ
ଆଲୋ ଏମିତି ଶିକାରୀ ମୁହିଁ
ତୋତେ ଦେବିଲୋ ଦିନେ ଫସେଇ

ଥରେ ଆ ମୋ ସୁନା ଚଢ଼େଇ
ଆଉ ହ ନା ଏତେ ଫୁଲେଇ
ଆଲୋ ଏମିତି ଶିକାରୀ ମୁହିଁ
ତୋତେ ଦେବିଲୋ ଦିନେ ଫସେଇ

ଦିନେ ମାରିବି ପ୍ରେମର ତୀର
ତୋର ଝାଡ଼ିଦେବି ସବୁ ପର
ଖୋଲା ଅଛି ମୋ ସୁନା ପଞ୍ଜୁରୀ
ଆ ଏଇଠି କରିବୁ ଘର

ସୁନାମୁହିଁ ସରମି ଲତା ଛିଣ୍ଡେଇବି ଅଡ଼ୁଆ ସୂତା
ସୁନାମୁହିଁ ସରମି ଲତା ଛିଣ୍ଡେଇବି ଅଡ଼ୁଆ ସୂତା

ପଣତକୁ ତୋର ପବନରେ ଦେଲୁ
ଉଡ଼େଇ-ଉଡ଼େଇ-ଉଡ଼େଇ

ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ
ଦିନରେ ଦେଲୁ ମୋତେ ଜହ୍ନ ଦେଖେଇ



Credits
Writer(s): Jk Sahu
Lyrics powered by www.musixmatch.com

Link