Kahibi Mun Kahaku

ଛଳନା କାହିଁକି ଏମିତି କଲୁ?
ମୋ ସାଥିରେ ପ୍ରିୟା
ବିନା ଦୋଷରେ ତୁ ଜାଳିଲୁ
ଜଳିଗଲା ମୋ ଦୁନିଆଁ

ହୋ, ଛଳନା କାହିଁକି ଏମିତି କଲୁ?
ମୋ ସାଥିରେ ପ୍ରିୟା
ବିନା ଦୋଷରେ ତୁ ଜାଳିଲୁ
ଜଳିଗଲା ମୋ ଦୁନିଆଁ

ଭାଙ୍ଗିଦେଲୁ ମୋ ଭରସା
ଭରିଦେଲୁ ତୁ ନିରାଶା
କାହିଁକି କହ ସାଥିୟା?

ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ

ସାଧା-ସିଧା ମଣିଷ କୁ
ବଞ୍ଚି ଥାଉଥାଉ ମାରିଲୁ
ଲୁହ ଦେଇ ଆଖିରେ ମୋ
ଆଉ କାହା ହାତ ଧରିଲୁ

ଏ ଜୀବନଠୁ ବେଶୀ ବଡ଼
ଭାବିଥିଲି ମୁଁ ଯାହାକୁ
ଶୁଣିବାକୁ କିଏ ଅଛି?
କହିବି ରେ ମୁଁ କାହାକୁ?

ଚୁନା କଲୁ ମୋ ହୃଦୟ
ସ୍ୱାର୍ଥପର ତୁ ନିର୍ଦ୍ଦୟ
କାହିଁକି ହେଲୁ ସାଥିୟା?

ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ

ମିଠା-ମିଠା କଥା କହି
ଦେଲୁ ଧୋକା ମିଶା ଜହର
ଯାଯାବର କରିଦେଲୁ
ଖୋଜେ ଆଜି ନିଜ ସହର

ଓ, ଭୁଲ୍ ବୋଧେ ହେଇଗଲା
ଭଲପାଇ ତତେ ଅଧିକ
ଅଧିକାର ନେଇଗଲୁ
ଥିଲି ଦିନେ ତୋର ପ୍ରେମିକ

ବଦଳିଲା ମୋ ଜୀବନ
ଅଟକିଲା ମୋ ସ୍ପନ୍ଦନ
ମାରିଦେଲୁ ସାଥିୟା

ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ହୋ-ଓ-ଓ



Credits
Writer(s): Jn Padma, Sangram Jeet
Lyrics powered by www.musixmatch.com

Link