Indradhanu

ତୋ ଆଖିରେ ମୋ ଆଖି ମିଶିଲା ପରେ
ମୁଁ ଘୁରି ବୁଲୁଛି ତୋ ସ୍ବପ୍ନ ସହରେ
ତୋ ଆଖିରେ ମୋ ଆଖି ମିଶିଲା ପରେ
ମୁଁ ଘୁରି ବୁଲୁଛି ତୋ ସ୍ବପ୍ନ ସହରେ
ତୋ ଚେହେରା ଜହ୍ନରେ ଦେଖିଲା ପରେ
ମୁଁ ଜହ୍ନ ପାଇଁ ଲେଖିଛି ଗୀତ ହଜାରେ

ତୋ ପ୍ରେମର ବର୍ଷାରେ ଭିଜିଲା ପରେ
ତୁ ରଙ୍ଗତୁଳି ଧରି ଆଙ୍କିଦେଲୁ ରେ
ମୋ ମନ ଆକାଶରେ

ତୁ ଇନ୍ଦ୍ରଧନୁ, ଓ-ଓ-ଓ-ଓ-ଓ
ତୁ ଇନ୍ଦ୍ରଧନୁ, ଓ-ଓ-ଓ-ଓ-ଓ
ଆଙ୍କିଦେଲୁ ରେ, ହୋ-ଓ
ତୁ ଇନ୍ଦ୍ରଧନୁ...

ରୂପ ଏ ଦେଖି ତୋର ମନ ମୋର ଅଧିର
କରୁନି ଆଜି ମୁଁ ବାହାନା
ରୂପ ଏ ଦେଖି ତୋର ମନ ମୋର ଅଧିର
କରୁନି ଆଜି ମୁଁ ବାହାନା
ତୋର ଏ ନୀଳ ଆଖି ପାଖକୁ ନିଏ ଡାକି
ବନାଏ ମତେ ତୋ ଦିୱାନା

ନିରୀହ ଫୁଲ ଟେ ମୁଁ, ପାଗଳ ଭଅଁର ତୁ
କରିବୁ ଯଦିରେ ଛଳନା
ପ୍ରେମ ନା ପାଗଳାମି? ତୋର ଏଇ ଦୁଷ୍ଟାମୀ
ଅବୁଝା ମନ ମୋ ବୁଝେନା

ସ୍ୱପ୍ନର ମୁଁ ସୌଦାଗର, ତୁ ମୋର ରାଣୀ
ଲେଖା ହେବ ଆଜି ତୋର ମୋର କାହାଣୀ
ହୃଦୟକୁ ମୋର କାଇଁ ଘାଇଲା କରେ?
ଚଗଲି ତୋ ଚାହାଣି

ମୋ ସ୍ବପ୍ନର ପରିଧି ଡେଇଁଲା ପରେ
ତୁ ମାପିଲୁ ମୋ ପ୍ରେମ ପରିସୀମା ରେ
ମୁଁ କାହିଁକି ଏମିତି ଅଥୟ ହୁଏ?
ତତେ ଜାଣିଲା ପରେ

ହଁ, ଇନ୍ଦ୍ରଧନୁ, ଓ-ଓ-ଓ-ଓ
ମୁଁ ଇନ୍ଦ୍ରଧନୁ, ଓ-ଓ-ଓ-ଓ
ମୁଁ ଇନ୍ଦ୍ରଧନୁ, ଓ-ଓ-ଓ-ଓ
ମୁଁ ଇନ୍ଦ୍ରଧନୁ, ଓ-ଓ-ଓ-ଓ
ମୁଁ ଇନ୍ଦ୍ରଧନୁ, ଓ-ଓ-ଓ-ଓ
ମୁଁ ଇନ୍ଦ୍ରଧନୁ, ଓ-ଓ-ଓ-ଓ
ଆଙ୍କିଦେଲୁ ରେ...



Credits
Writer(s): Pravash Jena
Lyrics powered by www.musixmatch.com

Link