Mun Bhul Karideli

ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ
ହୋ-ହୋ-ହୋ
ହୋ-ହୋ-ହୋ
ହୋ-ଓ-ଓ-ଓ-ଓ-ଓ

ତୋ ଆଖି ର ଛଳନା କୁ ପ୍ରେମ ଭାବିଥିଲି
ମୋ ଛାତି ତଳେ ସାଇତି ତତେ ରଖିଥିଲି
ତୋ ପ୍ରେମ ମିଛ ଥିଲା ଆଜି ଜାଣିଲି

ତୋ ପାଇଁ ମୋ ହୃଦୟ ଥିଲା ପାଗଳ
ପ୍ରଥମ ପ୍ରେମ ତୁ ଥିଲୁ ଲୋ ମୋର

ମୋ ସାଥେ ଖେଳିବୁ ମୁଁ ଭାବି ନ ଥିଲି

ମୁଁ ଭୁଲ କରିଦେଲି (ମୁଁ ଭୁଲ କରିଦେଲି)
ତୋ ନିରୀହ ଚାହାଣୀ କୁ ଭରସା ମୁଁ କଲି
ତୋ ମିଛ ସେ କାହାଣୀ କୁ ସତ ଭାବିଦେଲି
ତୁ ଫୁଲ ନୁହେଁ କଣ୍ଟା ଆଜି ଜାଣିଲି

ତୋ ପାଇଁ ଭୁଲିଥିଲି ସାରା ଦୁନିଆଁ
ମୋ ପାଇଁ ସବୁକିଛି ଥିଲୁ ତୁ ପ୍ରିୟା
କିଏ କଲା ଲୋ ତତେ ଏତେ ନିଜର
ବଦଳି ଗଲୁ ପ୍ରିୟା

ମୋ ମନ ଭାଙ୍ଗିବୁ ମୁଁ ଭାବି ନ ଥିଲି

ମୁଁ ଭୁଲ କରିଦେଲି (ମୁଁ ଭୁଲ କରିଦେଲି)
ତୋ ସ୍ବାର୍ଥ କୁ ପ୍ରେମ ଭାବି ସପନ ଦେଖିଲି
ତୋ ହାତରେ ମୋ ହୃଦୟ କାହିଁକି ମୁଁ ଦେଲି
ତୋ ହସ ଥିଲା ବିଷ ଆଜି ଜାଣିଲି

କେବେ ବି ତୋ ଆଖି ରେ ଦେଇନି ଲୁହ
କାହିଁକି ମୋ ସାଥି ରେ ଖେଳିଲୁ କହ
କରିଦେଲୁ ଲୋ ମୋର ସପନ ଚୁନା
କାନ୍ଦେ ଲୋ ମୋ ହୃଦୟ

ମତେ ତୁ ଠକିବୁ ମୁଁ ଭାବି ନ ଥିଲି

ମୁଁ ଭୁଲ କରିଦେଲି (ମୁଁ ଭୁଲ କରିଦେଲି)
ତୋ ଖୁସି କୁ ମୋ ଜୀବନ ଭାବି ନେଇଥିଲି
ମୁଁ ବାଟ ରେ ପାଦ ରଖି ତୋ ସାଥେ ଚାଲିଲି
ତୁ ଜଳନ୍ତା ନିଆଁ ଟେ ଆଜି ଜାଣିଲି
ତୋ ପ୍ରେମ ମିଛ ଥିଲା ଆଜି ଜାଣିଲି
ତୁ ଫୁଲ ନୁହେଁ କଣ୍ଟା ଆଜି ଜାଣିଲି



Credits
Writer(s): Sunil Maharana
Lyrics powered by www.musixmatch.com

Link