Bhala Pai Bhul Kali (Male Version)

ଓ, ସେ ପ୍ରେମର ବାଟରେ
ଚାଲିବା ଆଗରୁ ଭଲ ଥିଲି, ଭଲ ଥିଲି
ତୋ ପ୍ରେମରେ ସାଥି ନିଜକୁ ହଜେଇ
କେତେ ବଡ଼ ଭୁଲ କଲି
କେତେ ବଡ଼ ଭୁଲ କଲି

ଆଖିର ଇଶାରା ତୋର ବୁଝୁ-ବୁଝୁ ଠକିଗଲି
ଫୁଲ ନୁହେଁ କଣ୍ଟା ଥିଲା, ଆଜି ମୁଁ ଜାଣି ପାରିଲି
ଆଖିର ଇଶାରା ତୋର ବୁଝୁ-ବୁଝୁ ଠକିଗଲି
ଫୁଲ ନୁହେଁ କଣ୍ଟା ଥିଲା, ଆଜି ମୁଁ ଜାଣି ପାରିଲି

ତୋ ପ୍ରେମର ସେଇ ଖସଡ଼ା ତୁଠରେ
ପାଦ ମୁଁ କାଇଁ ରଖିଲି?

ଭଲପାଇ କେତେ ବଡ଼ ଭୁଲ କରିଦେଲି
ହୋ, ଭଲପାଇ କେତେ ବଡ଼ ଭୁଲ କରିଦେଲି

ଅନ୍ଧ ଭଳି ତତେ ବିଶ୍ଵାସ କଲି
ଆଖି ଥାଇ ଅନ୍ଧ କେମିତି ହେଲି?
ଅନ୍ଧ ଭଳି ତତେ ବିଶ୍ଵାସ କଲି
ଆଖି ଥାଇ ଅନ୍ଧ କେମିତି ହେଲି?

ଯେତେ ବଡ଼ ଶାସ୍ତି ତୁ ମତେ ଦେଲୁ ରେ
ଶତ୍ରୁ ବି ହେଲେ ଭାବି ଥାନ୍ତା ଥରେ
ମିଠା-ମିଠା କଥା ତୋର, ଶୁଣୁଶୁଣୁ ଭାସିଗଲି
ମନ ନୁହେଁ ମରୀଚିକା ଆଜି ନିଜେ ବୁଝିଗଲି

ନିଆଁ ଲଗା ପ୍ରେମ ଏମିତି ଲୋ ତୋର
ଜାଳିପୋଡ଼ି ହେଇଗଲି

ଭଲପାଇ କେତେ ବଡ଼ ଭୁଲ କରିଦେଲି
ଭଲପାଇ କେତେ ବଡ଼ ଭୁଲ କରିଦେଲି

ବାମନ ହେଇ ମୁଁ ଚାନ୍ଦ ଖୋଜିଲି
ଚାନ୍ଦରେ କଳଙ୍କ ଜାଣି ନଥିଲି
ହୋ, ବାମନ ହେଇ ମୁଁ ଚାନ୍ଦ ଖୋଜିଲି
ଚାନ୍ଦରେ କଳଙ୍କ ଜାଣି ନଥିଲି

ସୁନା ଭାବି ତତେ କୋଳେଇ ନେଲି
ବେଙ୍ଗି ପିତ୍ତଳ ଟେ ଜାଣି ନଥିଲି
ଟିକିଏ ଖୁସି ମାଗିଲୁ, ଜୀବନ ତୋ ହାତେ ଦେଲି
ଭଲ ଚାହୁଁ-ଚାହୁଁ ତୋର, ନିଜେ ବଳି ପଡ଼ିଗଲି

ତୋ ପ୍ରେମରେ ଆଜି ପାଗଳଟେ ସାଜି
ନିଜ ପାଖେ ହାରିଗଲି

ଭଲପାଇ କେତେ ବଡ଼ ଭୁଲ କରିଦେଲି
ଭଲପାଇ କେତେ ବଡ଼ ଭୁଲ କରିଦେଲି
ଭଲପାଇ କେତେ ବଡ଼ ଭୁଲ କରିଦେଲି
ଭଲପାଇ କେତେ ବଡ଼ ଭୁଲ କରିଦେଲି



Credits
Writer(s): Biraja Prasad Sara
Lyrics powered by www.musixmatch.com

Link