Akashe Chaka Janha

ଆକାଶେ ଚକା ଜହ୍ନ ଚୋରେଇ ନେଲା ମନ
ପାଖକୁ ନେଲା ଟାଣି ଲୋ
ଲାଜରେ ଲାଜରେ ସରିଗଲିଣି

ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ

ହସିଲା ଖିଲି-ଖିଲି, ପ୍ରେମ ତା ମଖମଲି
ମୋ ଦେହେ ଦେଲା ବୋଳି ଲୋ
କଉଠି ଲୁଚିବି ପାରୁନି ଜାଣି

ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ
ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ

ଜହ୍ନ ଭାରି ଦୁଷ୍ଟ, ନିଦ କଲା ନଷ୍ଟ
ଟିକେ ଲାଗେ ଭଲ, ଟିକେ ଲାଗେ କଷ୍ଟ
ରୁପା ଝରା ରାତି, ଦେଲା ମିଠା ତାତି
ମନ ହେଇଗଲା ଛିଟ-ପ୍ରଜାପତି

ଖୋଲିନି ମୋର ଓଠ, ଗାଇନି ପଦେ ଗୀତ
କେମିତି ଦେଲା ଶୁଣି ଲୋ?
କଣ କରିବି ପାରୁନି ଜାଣି

ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ
ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ

(କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ-ବେଣି)
(କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ...)
(କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ...)
(ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ-ବେଣି)

ଜହ୍ନ ବେଇମାନି ସବୁ ଜାଣି-ଶୁଣି
ଦେଲା ମିଠା-ଚିହ୍ନ ମୋତେ ଏକା ଚିହ୍ନି
ହେଲି ହଟହଟା, କଲେ ସବୁ ଥଟ୍ଟା
ଓଢଣୀରେ ମୋର ଲାଗିଗଲା କଣ୍ଟା

ପାଦ ମୋ ବାଟବଣା, ହେଲି ମୁଁ ଆନମନା
ପାରେନା କିଛି ଜାଣି ଲୋ
ରାତିଟା ପାହିବ କେବେ କେଜାଣି?

ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ
ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ
ମୁଁ ଭାରି ସୁକୁମାରି, ଫୁଲ ବଉଳବେଣୀ
ମୁଁ ଭାରି ଅଲିଅଳି, ଫୁଲ ବଉଳବେଣୀ



Credits
Writer(s): Baidyanath Dash
Lyrics powered by www.musixmatch.com

Link