Bhala Pae Re

ପ୍ରେମର ବଜାରରେ ଖୁସିର ଓଜନଟା
ଲାଗେ ରେ ଆଜି କାଇଁ ତ ଟିକେ ଭାରି?
ସେଇଥି ପାଇଁ ବୋଧେ ଖୁସିରୁ ମୋର ଅଧେ
ଯୁଆଡେ ଗଲେ ପଡୁଛି ଖାଲି ଝରି

ଯେତେ ତାରା ଅଛି ଆକାଶରୁ ସାଉଁଟି
ନାଇଦେବି ତୋ ଗଭାରେ ମୁଁ ଧିରେ ଧିରେ

ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?
ଜାଣେନା ରେ, କାଇଁ ଜାଣେନା ରେ?
ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?
ଜାଣେନା ରେ, କାଇଁ ଜାଣେନା ରେ?

କିଛି ବୋଧେ କହିବୁ ବୋଲି, ତୋ ପାଖକୁ ଧାଇଁ ଆସିଲି
ଲାଜରେ ଗଲୁ ଟିକେ ଝାଉଁଳି
ଅଧାକୁହା ଓଠର କଥା, ମନ କରେ କିବା ଅଜଣା
ପ୍ରେମରେ ତୋର ଯାଏ ତରଳି

ଯେତେ ସ୍ବପ୍ନ ବାକି ଅଛି ଏଇ ରାତିରେ
ବୁଣିଦେବି ସବୁ ଆଣି ପୁଣି ତୋ ନିଦରେ

ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?
ଜାଣେନା ରେ, କାଇଁ ଜାଣେନା ରେ?
ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?
ଜାଣେନା ରେ, କାଇଁ ଜାଣେନା ରେ?

ଆଜି ଏଇ ଆକାଶ ସାରା ଏତେ ରଙ୍ଗ କିଏ ବୁଣିଲା?
ଇର୍ଷାରେ ଇନ୍ଦ୍ରଧନୁ ଜଳେ ରେ
ଓ, ତୋ ହସର ରଙ୍ଗ ଛିଟିକା ବୋଧେ ଯାଇ ଲାଗିଗଲା ରେ
ଜଳିଲେ ଜଳୁ, କିଏ ପଚାରେ

ଯେତେ ପ୍ରେମ ବାକିଅଛି ସବୁ ସାଉଁଟି
ଢାଳିଦେବି ଏକାଥରେ ଆସି ଧୀରେ ଧୀରେ

ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?
ଜାଣେନା ରେ, କାଇଁ ଜାଣେନା ରେ?

ଜାଣେନା ରେ, କାଇଁ ଜାଣେନା ରେ?
ଜାଣେନା ରେ, ଜାଣେନା ରେ



Credits
Writer(s): Rakesh Dash, Somesh Satpathy
Lyrics powered by www.musixmatch.com

Link