Bichara Hrudaya

ଶୀତ ରାତିରେ ଉଷୁମ ଛୁଆଁଟେ ତୁ
ସେ ଛୁଆଁରେ ମୁଁ ମଲି
ସଜ ସକାଳେ କାକର ବୁନ୍ଦାଟେ ତୁ
ସେଠି ଚମକେ ମୁଁ ଖାଲି

ହଁ, ଶୀତ ରାତିରେ ଉଷୁମ ଛୁଆଁଟେ ତୁ
ସେ ଛୁଆଁରେ ମୁଁ ମଲି
ସଜ ସକାଳେ କାକର ବୁନ୍ଦାଟେ ତୁ
ସେଠି ଚମକେ ମୁଁ ଖାଲି

ଝାଟି ମାଟି ମୋ ହୃଦୟ ସାରା
ଆଙ୍କିଲୁ ଚିତା କାଇଁ କହରେ?
ଏବେ ନିଦରୁ ଚେଇଁ ଉଠିଲେ
ସୁରୁଜ ଉଏଁ ଖାଲି ରାତିରେ

ବିଚରା ଏ ହୃଦୟ ତୋ ପ୍ରେମରେ କାହିଁକି ପଡ଼େରେ?
ବିଚରା ଏ ହୃଦୟ ତୋ ପ୍ରେମରେ କାହିଁକି ପଡ଼େରେ?

ତୋତେ ମୁଁ ପାଇରେ
ସବୁକିଛି ଆଜି ପାଇଛି, ହଁ ପାଇଛି
ତୋ ହୃଦୟ ଜମିରେ ଜାଗାଟିଏ ବୋଧେ କିଣିଛି

ହୃଦୟ ଅମିନ
କାମ ତୋର ବୋଲି ଜାଣିଛି, ହଁ ଜାଣିଛି
ସେଥିପାଇଁ ତୋତେ ମନ ମୋର ଆଜି ବିକିଛି

ଆଜି ପଦୁଅଁ ଯାଏରେ ଫୁଟି
ଚାଲିଲେ ବାଟ ସାରା ତୁହିରେ
ଲକ୍ଷେ ଫଗୁଣ ମଉଳି ଯାଏ
ରଙ୍ଗ ଝରେ ଦିନ ରାତିରେ

ବିଚରା ଏ ହୃଦୟ ତୋ ପ୍ରେମରେ କାହିଁକି ପଡ଼େରେ?
ବିଚରା ଏ ହୃଦୟ ତୋ ପ୍ରେମରେ କାହିଁକି ପଡ଼େରେ?

ଅବୁଝା ହୃଦୟ
ଆନ-ମନା ହେବ ଜାଣିଛି, ହଁ ଜାଣିଛି
ତୋ ପ୍ରେମରେ ପଡ଼ିକି ସବୁକିଛି ଭଲ ଲାଗୁଛି

ଓ, ପାଗଳ ପ୍ରେମିକ
ପ୍ରେମରେ ତୋର ମୁଁ ଭିଜୁଛି, ହଁ ଭିଜୁଛି
ତୋ ମନ ଲଫାପାରେ ନାଁ ମୋର ଲେଖି ଦେଇଛି

ପ୍ରେମ ଏମିତି ଛୋଟ ଶିଶୁଟେ
ଖେଳନା ମାଗେ ମନ ହାଟରେ
ଯେତେ ପାଇଲେ ପଡେ ନିଅଣ୍ଟ
ଚାହେଁ ସେ ଆଉ ଟିକେ ପୁଣିରେ

ବିଚରା ଏ ହୃଦୟ ତୋ ପ୍ରେମରେ କାହିଁକି ପଡ଼େରେ?
ବିଚରା ଏ ହୃଦୟ ତୋ ପ୍ରେମରେ କାହିଁକି ପଡ଼େରେ?



Credits
Writer(s): Somesh Satpathy
Lyrics powered by www.musixmatch.com

Link