Prema Heichi

ନା, ନା-ନା, ନା, ନା-ନା
ନା, ନା, ନା

ତୁ କହିନୁ, ମୁଁ ଶୁଣିଛି
ତୋ ଆଖିରେ ଗୋଟେ କାହାଣୀ ଅଛି
ତୁ ଦେଇନୁ, ମୁଁ ପାଇଛି
ତୋ ହୃଦୟ ମୋର ଛାତିରେ ଅଛି

ଛାତିରୁ ହୃଦୟ ଯେତିକି ଦୂର
ପାପୁଲିରୁ ରେଖା ଯେତିକି ଦୂର
ମୋ ଠାରୁ ତୁ ତ ସେତିକି ଦୂର

ଯୋଉଠିି ପାପୁଲି ସେଇଠି ରେଖା
ତୋର ମୋର ଭାଗ୍ୟ ଏକାଠି ଲେଖା
ସମ୍ପର୍କ ଏଇ ତୋର ମୋର

ଏଇ ସମ୍ପର୍କର କେଁଉ ନାମ ଦେବି?
ମନେ-ମନେ ଭାବୁଛି

ଟିକେ-ଟିକେ ଚାଲୁଛି, ଟିକେ-ଟିକେ ଝୁଣ୍ଟୁଛି
ନୂଆ-ନୂଆ ଜୀବନେ ପ୍ରେମ ହେଇଛି
ଟିକେ-ଟିକେ ଚାଲୁଛି, ଟିକେ-ଟିକେ ଝୁଣ୍ଟୁଛି
ନୂଆ-ନୂଆ ଜୀବନେ ପ୍ରେମ ହେଇଛି

ହୋ, ଫୁଲ ଫୁଟେ କେତେବେଳେ?
ପ୍ରେମ ହୁଏ କେତେବେଳେ?
ଜାଣେ ନାହିଁ ଆଉ କେହି, ହୃଦୟ ଜାଣେ

ହଁ, ହୃଦୟର ଯେତେ କଥା
କହି ଦିଏ ଆଖିପତା
ସପନ ତ ବସା ବାନ୍ଧେ, ସେ ଆଖି କୋଣେ

ଆଖିରୁ ସପନ ଯେତିକି ଦୂର
ଜହ୍ନର ଯୋଛନା ଯେତିକି ଦୂର
ମୋ ଠାରୁ ତୁ ତ ସେତିକି ଦୂର

ଯୋଉଠିି ଯୋଛନା ସେଇଠି ଜହ୍ନ
ତୋର ମୋର ହେଲା ଗୋଟିଏ ମନ
ସେ ମନ କଥା ମାନେନି କା'ର

କଥା ତ ଏତିକି ତୋର ଆଉ ମୋର
ନିରବତା ଭାଙ୍ଗୁଛି

ଟିକେ-ଟିକେ ଚାଲୁଛି, ଟିକେ-ଟିକେ ଝୁଣ୍ଟୁଛି
ନୂଆ-ନୂଆ ଜୀବନେ ପ୍ରେମ ହେଇଛି
ଟିକେ-ଟିକେ ଚାଲୁଛି, ଟିକେ-ଟିକେ ଝୁଣ୍ଟୁଛି
ନୂଆ-ନୂଆ ଜୀବନେ ପ୍ରେମ ହେଇଛି

ନୂଆ ମେଘ ଗଲେ ଝରି
ମାଟି ଭିଜିଗଲା ପରି
ପ୍ରେମ ଆସେ ଚୋରି-ଚୋରି ଭିଜେଇ ଦିଏ

ଓ, ଭିଜା-ଭିଜା ସେହି ମାଟି
ମିଠା ବାସ୍ନା ଦିଏ ଛାଟି
ମେଘକୁ ସେ ପାଗଳ ତ ସଜେଇ ଦିଏ

ମେଘରୁ ବରଷା ଯେତିକି ଦୂର
ଆଶାରୁ ଭରଷା ଯେତିକି ଦୂର
ମୋ ଠାରୁ ତୁ ତ ସେତିକି ଦୂର

ଯୋଉଠି ଭରଷା ସେଇଠି ଆଶା
ଯେମିତି ଚଡ଼େଇ ଆଉ ତା ବସା
ବସାରେ ଝୁଲେ ସପନ ତାର

କାଲି ଯାଏ ଯାହା ସପନ ଥିଲା ରେ
ସତ ଆଜି ଲାଗୁଛି

ଟିକେ-ଟିକେ ଚାଲୁଛି, ଟିକେ-ଟିକେ ଝୁଣ୍ଟୁଛି
ନୂଆ-ନୂଆ ଜୀବନେ ପ୍ରେମ ହେଇଛି
ଓ, ଟିକେ-ଟିକେ ଚାଲୁଛି, ଟିକେ-ଟିକେ ଝୁଣ୍ଟୁଛି
ନୂଆ-ନୂଆ ଜୀବନେ ପ୍ରେମ ହେଇଛି



Credits
Writer(s): Arun Mantri, Asad Nizam
Lyrics powered by www.musixmatch.com

Link