KAJALA

ଡ଼ୋରି ତୋ ସାଥେ ମୋ ଲାଗିଯାଇଛି କେମିତି ଗୋଟେ ଯେ
ଟାଣି-ଟାଣି ହେଇ ଯାଉଛି ତୋ ଆଡେ
ନଈ ପରି ଯାଏ ମିଶି ସାଗରରେ ତ ଯେମିତି
ତୋ ବିନା ଅଧୁରା କାହାଣୀ ଲାଗେ

ବୁଝି-ବୁଝି ମନ ଦେଇଥିଲି ତୋତେ ମୁଁ
ଭୁଲେଇ ଏଇ ସାରା ଦୁନିଆକୁ
ସିନ୍ଦୁକ ମୋ ହୃଦୟର ଖୋଲିଲା ବେଳେ
ଦେଖିଲି ଛୋଟ ଘରଟି ପରି ତୁ-ତୁ

ମନ ଥିରି-ଥିରି ଯାଉଛି ଲୁଚି-ଲୁଚି ତୋ ପାଖକୁ
ଯେମିତି ଫୁଲ ଆଡ଼େ ଯାଏ ମହୁମାଛି ମହୁ ପିଇବାକୁ
ନାନା-ନା-ନା-ନା-ନା-ନା-ନାନା-ନା
ନାନା-ନା-ନା-ନା-ନା-ନା-ନାନା-ନା

କବିତା ଲେଖିଛି ମୁଁ ତୋ ପାଇଁ ଗୋଟିଏ
ଶୁଣେଇବି କାନେ ତୋତେ କେବେ ତୁ କହିଲେ?
କବିତା ଲେଖିଛି ମୁଁ ତୋ ପାଇଁ ଗୋଟିଏ
ଶୁଣେଇବି କାନେ ତୋତେ କେବେ ତୁ କହିଲେ?

ଆଖିରେ କଜଳ ନାଇ ମୁଁ ଆସିଯିବି
ବସିଯିବି ସେଠି ତୋ ପାଖେ ସାଥିରେ

କଥା କହୁ-କହୁ ଲଗେଇଦେବି କଳା ତୋ ଗାଲରେ
ପ୍ରେମ ହେଇଯିବ ଆଖିକୁ ଆଖି ମିଶେଇ ନଜରରେ
ନାନା-ନା-ନା-ନା-ନା-ନା-ନାନା-ନା
ନାନା-ନା-ନା-ନା-ନା-ନା-ଆ-ଆ-ଓ-ଓ

ଓ-ଓ-ଓ-ଓ
ଓ-ଓ-ଓ-ଓ-ଆ-ଆ-ଆ-ଆ

ମେଘୁଆ ପାଗରେ ସେଦିନ ନଈ କୂଳେ
କାଇଁ ଧରିଲୁ ତୁ ହାତକୁ ଚାଲି ଆସି ପାଖରେ?
କହିବି ଭାବିଥିଲି ତୋତେ ମନ କଥା ମୋ ସାଥିରେ
ହାତ ଧରୁ-ଧରୁ ସବୁ କଥା ଭୁଲିଗଲି ପ୍ରିୟାରେ

ଡ଼ରି-ଡ଼ରି ମୁଁ ଯାଏ ଧରି ଗଜରା କାନି
ଖାଲି ପାଦ ହେଇ କେମିତି ପହଞ୍ଚିଛି?
ହୋ, କହି ପାରିନି ହେଲେ ଅଜାଣତେ
ପାଉଁଜି ତୋର ଚୋରି କରି ମୁଁ ଆଣିଛି

ସେଇ ପାଉଁଜିକୁ ମନ ମୋର ସେଇଠୁ ଦେଇଛି
ମୋ ପାଉଁଜିତ ବନ୍ଧା ରଖି ପ୍ରେମ ତୋ ଆଣିଛି
ନାନା-ନା-ନା-ନା-ନା-ନା-ନାନା-ନା
ନାନା-ନା-ନା-ନା-ନା-ନା-ନାନା-ନା



Credits
Writer(s): Sandeep Panda
Lyrics powered by www.musixmatch.com

Link