To Premare

ହୃଦୟ ରେଳ ଗାଡି ଯାଏ ମୋ ଗଡିଗଡି
କିଛି ଆଉ ଭାବୁନାହିଁ ତତେ ମୁଁ ପ୍ରିୟା ଛାଡି

ପ୍ରେମର ହାତକଡ଼ି, ଲଗେଇ ଶଙ୍ଖା ଚୁଡ଼ି
କିଛି ମୁଁ ଭାବୁନାହିଁ ତତେ ମୁଁ ସାଥି ଛାଡି

ଏତେ ଖୁସି କିଏ ଦେଲା ମୋ ଆକାଶେ ଆଣି?
ଏତେ ବାସ୍ନା କିଏ ଢାଳିଦେଲା ବାଟେ ପୁଣି?
ଛନ୍ଦିହେଲି ତୋ ପାଖରେ

ଆଜି, ହଁ ଆଜି, ବାନ୍ଧିହେଲି ଆଜି ମୁଁ ତୋ ପ୍ରେମରେ
ଆଜି, ହଁ ଆଜି, ବାନ୍ଧିହେଲି ଆଜି ମୁଁ ତୋ ପ୍ରେମରେ
ଅଭିମାନ, ଅଭିଯୋଗ ନାହିଁ କିଛି ରେ
ବିତିଯାଉ ଏ ମୁହୂର୍ତ୍ତ ତୋ ସାଥିରେ

ନୀରବ ତା ଭାଙ୍ଗେ ଲାଜ ସଜ ଆଖିରେ
ଢଳିଯାଉ ଏଇ ସଞ୍ଜ ତୋ ପାଖରେ

ଏତେ ହସ କିଏ ଦେଲା ମୋ ଓଠରେ ଆଣି?
ଏତେ ରଙ୍ଗ କିଏ ଦେଲା ଆଜି ପୁଣି ବୋଳି
ଭିଜିଗଲି ସେଇ ରଙ୍ଗରେ

ଆଜି, ହଁ ଆଜି, ବାନ୍ଧିହେଲି ଆଜି ମୁଁ ତୋ ପ୍ରେମରେ
ଆଜି, ହଁ ଆଜି, ବାନ୍ଧିହେଲି ଆଜି ମୁଁ ତୋ ପ୍ରେମରେ
ରହିଥିବି ପାଖେ ପାଖେ ସାରା ଜୀବନ
ଗୋଟେ ଜନ୍ମ ନିଅଣ୍ଟ ବି ଲାଗୁଛି ପ୍ରେମ

ହାଏ, ଅଧା ଲାଗେ ଆଜି ପ୍ରେମ ଯେତେ କଲେ ବି
ସମୟଟା ଛୋଟ ଲାଗେ, ଛୋଟ ପୃଥିବୀ

ଏତେ ସ୍ବପ୍ନ କିଏ ଦେଲା ଏ ରାତିରେ ବୁଣି?
ଏତେ ମହୁ କିଏ ଛାଟିଦେଲା ଆସି ପୁଣି?
ହଜିଗଲି ଏ ରାତିରେ

ଆଜି, ହଁ ଆଜି, ବାନ୍ଧି ହେଇଗଲି ଆଜି ମୁଁ ତୋ ପ୍ରେମରେ
ଆଜି, ହଁ ଆଜି, ବାନ୍ଧିହେଲି ଆଜି ମୁଁ ତୋ ପ୍ରେମରେ



Credits
Writer(s): Somesh Satpathy
Lyrics powered by www.musixmatch.com

Link