Tu Mori Duniya

ହୃଦୟ ପରିଧି ସୀମା ଡେଇଁ ମନର ଝରକା ଯେବେ ଖୋଲେ
ଚେହେରା ତୋର ମୋତେ ଖାଲି ଦିଶିଯାଏ
ଏକଥା ଜାଣିଥା, ପ୍ରେମ ମାନେ ଖାଲି ଦେବା ଜାଣେ, ପାଇବା କ'ଣ ଜାଣିନାହିଁ

ନିସର୍ତ୍ତରେ ତତେ ମୁଁ ଭଲପାଏ, ତୁ ଥରେ ବୁଝିଯା ପ୍ରିୟା

ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ
ଓ ପ୍ରିୟା, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ

ଜହ୍ନଟା ଲୁଚେ ଯେମିତି ବଉଦ ଫାଙ୍କ ଭିତରେ
ଶରମି ଯାଉଛୁ ସେମିତି ଆଜି ଦେଖିଲେ ମୋତେ ପାଖରେ
ମନର ଅକୁହା କଥା ଭାବୁଛି କହିଦେବି ରେ
ଓଠ ଦରଜା ପାଖରୁ ସିଏ ପୁଣି ତ ଫେରିଯାଏ ରେ

ଅକୁହା ସେ କଥା ସବୁ, ତୁ ବୁଝିଯା ପ୍ରିୟା

ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ

କାହିଁକି ଭଲ ଲାଗୁଛୁ ଏତେ ତୁ, କହିଦେ ଥରେ
ହସିଲେ ତୁ ମୋତେ ଚାହିଁକି ଟିକେ, ତରଳି ଆପେ ଯାଏ ରେ
ଉ, ହୃଦୟ ଚୁମ୍ବକ ପରି ଟାଣି ମୋ ହେଇଯାଏ ରେ
ଜାଣେନା ପ୍ରେମ ହେଲେ ତ ବୋଧେ, ଏମିତି କାଇଁ ହୁଏ ରେ?

ପ୍ରେମର ସେ ଆକର୍ଷଣ, ତୁ ବୁଝିଯା ପ୍ରିୟା

ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ



Credits
Writer(s): Subhrajit Mohanty
Lyrics powered by www.musixmatch.com

Link