To Padara Alata Kahuchi

ନାଲି ଗୁଲୁ-ଗୁଲୁ ଆଲୋ ମୋ ସାଧବ ବୋହୂ
ତୋ ପାଉଁଜି ସୁରେ-ସୁରେ ଝରେ ପ୍ରେମ ମହୁ
ମିଠା-ମିଠା ନଜରରେ ଯେବେ ଛନ୍ଦି ଦଉ
ମନଭୁଲା ମହକରେ ମନ କିଣିନଉ

ଆଲୋ, ସଜ କୁଆଁରୀ ସଜ ହେଇଥା
ଶୁଭ ଲଗନ ଆସୁଛି

ତୋ ପାଦର ଅଳତା କହୁଛି
ତତେ ଏବେ-ଏବେ ପ୍ରେମ ହେଇଚି
ହୋ, ତୋ ପାଦର ଅଳତା କହୁଛି
ତତେ ଏବେ-ଏବେ ପ୍ରେମ ହେଇଚି
ତତେ ଚାହିଁଦେଲେ ମୋତେ ଲାଗୁଛି
ତୋ ଇସାରାରେ ମରିଯିବି କି?
ତତେ ଚାହିଁଦେଲେ ମୋତେ ଲାଗୁଛି
ଇସାରାରେ ମରିଯିବି କି?

ତୋ ଓଠରୁ କଥା ଚୋରେଇ
କୋଇଲି ଗାଉଛି ନୂଆ ସୁରରେ
ସେଇ ଗୀତ ମୁଁ ଶୁଣିଲା ପରେ
ଧୀରେ-ଧୀରେ-ଧୀରେ ସରିଯାଏରେ

ହଁ, ତତେ ପାଇକି ଲାଗେ ଏମିତି
ପାଇବାର ନାହିଁ ଆଉ କିଛିରେ
ଗୋରା ହାତେ ମୋ ମେହେନ୍ଦି କରି
ଫୁଲ ସବାରୀରେ ନେଇଯାଆରେ

ଆଲୋ, ନୂଆ ମଇନା ଦେଇ ବାଇନା
ହୃଦୟ କିଣି ନେଇଛି

ତୋ ପାଦର ଅଳତା କହୁଛି
ତତେ ଏବେ-ଏବେ ପ୍ରେମ ହେଇଚି
ହାଏ, ତୋ ପାଦର ଅଳତା କହୁଛି
ତତେ ଏବେ-ଏବେ ପ୍ରେମ ହେଇଚି
ତତେ ଚାହିଁଦେଲେ ମୋତେ ଲାଗୁଚି
ତୋ ଇସାରାରେ ମରିଯିବି କି?
ତତେ ଚାହିଁଦେଲେ ମୋତେ ଲାଗୁଚି
ଇସାରାରେ ମରିଯିବି କି?

ତୋ ପାଇଁ ଆଜି ଜହ୍ନ ଆସିଛି
ପ୍ରେମ ଋତୁଟିଏ ନେଇ ସାଥିରେ
ସେ ଲାଗି ବୋଧେ ନିଦ ମୋ ଭାଙ୍ଗେ
ତୋ ସପନ ଦେଖି ନିତି ରାତିରେ

ହୋ, ହାଏଲୋ ମୋର ହଳଦୀମୁହିଁ
ହସିଦେଉ ଯେବେ ମୋତେ ଚାହିଁରେ
ହସର ମୂଲ ଯାଉଛି ବଢ଼ି
ତୋପରିକା ହାଏ ନାହିଁ କିଏରେ

ଆରେ ରାଜକୁମାର ଆସି ଏଥର
ନେଇଯା ରାଣ ଦେଉଚି (ହାଏ)

ତୋ ପାଦର ଅଳତା କହୁଛି
ତତେ ଏବେ-ଏବେ ପ୍ରେମ ହେଇଚି
ହାଏ ତୋ ପାଦର ଅଳତା କହୁଛି
ତତେ ଏବେ-ଏବେ ପ୍ରେମ ହେଇଚି
ହଁ, ଚାହିଁଦେଲେ ମୋତେ ଲାଗୁଚି
ତୋ ଇସାରାରେ ମରିଯିବି କି?
ଚାହିଁଦେଲେ ମୋତେ ଲାଗୁଚି
ଇସାରାରେ ମରିଯିବି କି?



Credits
Writer(s): Matruprasad Rath
Lyrics powered by www.musixmatch.com

Link