Ede Abibekijhia Tu

ବିଶ୍ଵାସରେ ବିଷ ମୋର ଭରି ତୁ ଦେଲୁ
କହ ତୁ କି ସୁଖ ପାଇଲୁ?
ମନ ଭାଙ୍ଗି ଦେଇ କାହିଁ ଦୂରେଇ ଗଲୁ?
ଆଖିରେ ଲୁହ ଦେଇ ପାରିଲୁ

ହୋ, ଏଡ଼େ ଅବିବେକି ଝିଅ କେମିତି ହେଲୁ?
ପଛରୁ ମୋ ଛୁରୀ ମାରିଲୁ
ମୋ ପ୍ରେମରେ ତୁ ଦିନେ ପାଗେଳି ଥିଲୁ
ପ୍ରେମକୁ ମୋ ଭୁଲି ପାରିଲୁ

ଏତେ ବଡ଼ ନିଷ୍ଠୁର ତୁ
ଏତେ ବଡ଼ ନିଷ୍ଠୁର ତୁ
କେମିତି ହେଲୁ?

କାହିଁକି ଲୋ ଠକି ତୁ ଦେଲୁ?
କାହିଁକି ତୁ ବାହାନା କଲୁ?
କାହିଁକି ଲୋ ଠକି ତୁ ଦେଲୁ?
କାହିଁକି ଲୋ ବାହାନା କଲୁ?

ଭଲ ଥିଲି, ଏକା ଥିଲି
ତତେ କାଇଁ ଭଲ ପାଉଥିଲି? ମୋ ହୃଦୟ ଦେଇ

ହୋ, ମିଛ ଥିଲା ପ୍ରେମ ତୋର
ଛଳନାକୁ ପାରିଲିନି ଜାଣି, ଗଲୁ ମାରିଦେଇ

ମୋତେ ଭୁଲିଯାଇ ତୁ
ମୋତେ ଭୁଲିଯାଇ ତୁ
କାହା ହାତ ଧରିଲୁ?

କାହିଁକି ଲୋ ଧୋକା ତୁ ଦେଲୁ?
ମୋତେ ଛାଡ଼ି ଚାଲିଗଲୁ
କାହିଁକି ଲୋ ଧୋକା ତୁ ଦେଲୁ?
ମୋତେ ଛାଡ଼ି ଚାଲି ତୁ ଗଲୁ

ନିଜଠାରୁ ଅଧିକ ମୁଁ ନିଜର ମୁଁ ତୋତେ କରିଥିଲି
ସବୁ ସୁଖ ଦେଇ

ହୋ, ମିଠା-ମିଠା କଥା କହି ମୋତେ କାହିଁ ଦେଲୁ ତୁ ଫସେଇ?
ଆଲୋ ମୋ କଣ୍ଢେଇ

ଜିଇଁ ଥାଉ-ଥାଉ ମୋତେ
ଜିଇଁ ଥାଉ-ଥାଉ ମୋତେ
ମାରି ତୁ ଦେଲୁ

ସବୁ ସ୍ବପ୍ନ ଭାଙ୍ଗି ତୁ ଗଲୁ
ଏମିତି କାହିଁକି କଲୁ?
କାହିଁକି ଲୋ ଠକି ତୁ ଗଲୁ?
କାହିଁକି ତୁ ବାହାନା କଲୁ?



Credits
Writer(s): Arundhati Lenka, Bishnu Charan Sahoo
Lyrics powered by www.musixmatch.com

Link