Aji Mu Jaluchi - From "Arjun Guide"

ତୋ ପ୍ରେମ ଥିଲା ଧୂଳିଝଡ଼ ପରି
ଧୂଳି ବୋଳିଦେଇ ଗଲା ସେ ଉଭେଇ
ହୋ, ତୋ ପ୍ରେମ ଥିଲା ଧୂଳିଝଡ଼ ପରି
ଧୂଳି ବୋଳିଦେଇ ଗଲା ସେ ଉଭେଇ

ମିଛ ପ୍ରତିଶ୍ରୁତି ବୁଣି ମୋ ମନରେ
କଥା ଦେଇ କେତେ ସବୁ କରିଲୁ ଇତି

ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି
ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି

ବାଟରେ ଆସି ଦେଖା ଦେଇଗଲୁ
ସେ ବାଟରେ ପୁଣି ଖୁସି ବିଞ୍ଚିଦେଲୁ
ହଁ, ଶିଉଳି ପରି ସେଇ ବାଟ ଥିଲା
ହାତ ଧରି ବି ଗୋଡ଼ ଖସିଗଲା

ପଡ଼ିଗଲି ଆଜି ପ୍ରେମର ହାଟରେ
ତୁ ବି ତ ପଡ଼ିବୁ ରେ ଦିନେ ଏମିତି

ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି
ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି

ପା-ମାପା-ଗାମା-ରେଗା-ରେ-ନିଶା-ସାସା

ମନଟା ମୋର ଛୋଟ ଫୁଲଘର
ସେ ଘରେ ରହି ସାଜିଲୁ ଭଅଁର
ହୋ, ସମୟ ଦେଖି ମହୁ ଶୋଷି ନେଲୁ
ପରେ ମତେ ତୁ କଲୁ ହତାଦର

ଆଖି ତୁନି ସିନା କାନ୍ଦେ ମୋ ଛାତିରେ
ତୁ ବି କାନ୍ଦିବୁରେ ଦିନେ ତ ଏମିତି

ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି
ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି
(ହୃଦୟ ଟା ଭାଙ୍ଗିଗଲେ ଯୋଡ଼ି ହୁଏନି)
(ବିଚରା ଏ ମନକୁ ବୁଝେଇ ହୁଏନି)
(ହୃଦୟ ଟା ଭାଙ୍ଗିଗଲେ ଯୋଡ଼ି ହୁଏନି)
(ବିଚରା ଏ ମନକୁ ବୁଝେଇ ହୁଏନି)

ଆଜି ମୁଁ ଜଳୁଛି ଯେମିତି
ତୁ ବି ଜଳିବୁ ସେମିତି



Credits
Writer(s): Somesh Satpathy
Lyrics powered by www.musixmatch.com

Link