Chandramalli

ସଜଫୁଟା ହସ ତୋର ସକାଳ ସକାଳ
ସଞ୍ଜ ଡାକି ଆଣେ ତୋ ଆଖିର କଜଳ

ସଜଫୁଟା ହସ ତୋର ସକାଳ ସକାଳ
ସଞ୍ଜ ଡାକି ଆଣେ ତୋ ଆଖିର କଜଳ

ଖୋଷା ଖୋଲି ଦେଲେ ତୁହି ଲାଗେ ଦିପହର ଛାଇ
ହୃଦୟ ମୋ ଝୁଣ୍ଟି ପଡେ ଚାହିଁଲେ ତୁ ବୁଲି

ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ

ଯଦି ଇନ୍ଦ୍ରଧନୁ ତରଳିବ ଜୋସ୍ନା ସାଥେ
ଫେଣ୍ଟି ହେବ ଏଇ ଜୀବ ତୋରି ଦେହ
ଯଦି ସାତ ଋତୁ ସୁନା ହେବ ଫୁଲ ସଙ୍ଗେ
ମିଶିଯିବ ହେଇଯିବ ତୋରି ମୁହଁ

ଲାଜ-ଲାଜ କଥା ତୋର ସଜଳ ସଜଳ
ସେ କଥାରୁ ଝରି ପଡେ ଗୋଲାପର ଜଳ

ହସ ଚନ୍ଦନର ବନ, ହଜି ଯାଏ ମୋର ମନ
ଆଖି ମୋର ଥକି ପଡେ ତୋ ରୂପ ତଉଲି

ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ

ନୀଳ ଆକାଶଟା ଓଲ୍ହେଇବ ସମୁଦ୍ରରେ
ଗାଧେଇବ ହେଇଯିବ ଆଖି ତୋର
ଯଦି ପାରିଜାତ ଜଳିଯିବ ଗୋ ଧୂଳିରେ
ବୁଡିଯିବ ହେଇଯିବ ତୋ ଘର

ଧୀର ସ୍ଥିର ଚାଲି ତୋର ସରଳ ସରଳ
ସେ ଚାଲିରେ ଫୁଟି ଯାଏ କୋଟିଏ କୋମଳ

ତୋର ଚିନି ଚମ୍ପା ବାସ୍ନା, ମନ ହୁଏ ଆନମନା
ସେ ବାସ୍ନାରେ ପବନ ବି ଯାଉଛି ତରଳି

ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ
ଚନ୍ଦ୍ରମଲ୍ଲୀ ଆଗୋ, ଚନ୍ଦ୍ରମଲ୍ଲୀ



Credits
Writer(s): Saumitri Palai
Lyrics powered by www.musixmatch.com

Link