Tate Bhala Pauchhi Boli

ହେହେ-ହେ-ହେ
ଲାଲା-ଲାଲାଲା
ଆହା-ହାହା-ହା
ଲାଲା-ଲାଲାଲା

ପ୍ରଥମ ଦେଖାରେ ଚୋରିକଲୁ ମନକୁ
ଆଖି ଇଶାରାରେ ଟାଣିନେଲୁ ପାଖକୁ
ଧୀରେ-ଧୀରେ ଆସି ପାଖେ ମୋର ବସିଲୁ
ଭଲପାଉ ବୋଲି ଚୁପି-ଚୁପି କହିଲୁ

ତୁ ଲାଗୁଛୁ ସତେ ସରଗର ଶଶୀ
ତୋ ଆଡକୁ ଟାଣି ହଉଚି ମୁଁ ବେଶୀ

ଏ ଛାତିରେ ତୋ ନାଁ ମୁଁ ଲେଖିଦେଲି
ହଁ, ଲେଖିଦେଲି

ତତେ, ତତେ ଭଲପାଉଛି ବୋଲି
ତତେ, ତତେ ଭଲପାଉଛି ବୋଲି

ରୂପବତୀ ଲାଗୁଛୁ ତୁ ସାଧବବୋହୁ
ହସିଦେଲେ ତୋ ଓଠରୁ ଝରଇ ମହୁ
ହୋ, ରୂପବତୀ ଲାଗୁଛୁ ତୁ ସାଧବବୋହୁ
ହସିଦେଲେ ତୋ ଓଠରୁ ଝରଇ ମହୁ

ତୋ ପ୍ରେମର ଯାଦୁଗରୀ କିମିଆଁ କଲା
ନିରୀହ ଏ ହୃଦୟଟା ପ୍ରେମ ଶିଖିଲା

ଢଳ-ଢଳ ଆଖି ତୋ ଚିଲିକା ପରି
ସେ ଆଖିରେ ନେଲୁ ନିଜର କରି

ତତେ ପାଇ ଦୁନିଆଁକୁ ମୁଁ ଭୁଲିଗଲି
ମୁଁ ଭୁଲିଗଲି

ତତେ, ତତେ ଭଲପାଉଛି ବୋଲି
ହଁ, ତତେ, ତତେ ଭଲପାଉଛି ବୋଲି

ଆକାଶର ମାଟି ସାଥେ ଯଉ ସମ୍ପର୍କ
ତୋ ଭିତରେ, ମୋ ଭିତରେ ସେଇ ସମ୍ପର୍କ
ହଁ, ଆକାଶର ମାଟି ସାଥେ ଯଉ ସମ୍ପର୍କ
ତୋ ଭିତରେ, ମୋ ଭିତରେ ସେଇ ସମ୍ପର୍କ

ସଙ୍ଗୀତରେ ସଜାଥିବା ତୁ ମିଠା ବଂଶୀ
ସଞ୍ଜବେଳେ ତାରା ପରି ତୁ ଯାଉ ଝଲସି

ଆକାଶର ତାରା ମେଳେ ମୁଁ ଜହ୍ନଟି
ଇନ୍ଦ୍ରଧନୁ ରଙ୍ଗ ପରି ମୁଁ ଚହଟେ

ଚିହ୍ନା ବାଟରେ ତୋ ପାଇଁ ବାଟବଣା ହେଲି
ବାଟବଣା ହେଲି

ହଁ, ତତେ, ତତେ ଭଲପାଉଛି ବୋଲି
ହୋ, ତତେ, ତତେ ଭଲପାଉଛି ବୋଲି



Credits
Writer(s): Bibhun Kumar Sahoo, Biku Babu, Chinmay Dash
Lyrics powered by www.musixmatch.com

Link