Taku Bhuliparena

ପ୍ରେମ କେବେ ପବିତ୍ର
ପ୍ରେମ କେବେ ପାପ
ପ୍ରେମ କେବେ ଛଳନା ତ, ପ୍ରେମ କେବେ ବାହାନା
ଆଉ ସେଇ ଛଳନା, ବାହାନା ଭିତରେ
ମୁଁ ହେଇଗଲି ବାଟବଣା, ବାଟବଣା, ବାଟବଣା

ମନ ଭାଙ୍ଗିଗଲେ କେବେ ବି ସହଜେ ଯୋଡ଼ି ହୁଏନା
ମନ ଭାଙ୍ଗିଗଲେ କେବେ ବି ସହଜେ ଯୋଡ଼ି ହୁଏନା
ଏ ମନଟା ପାଗଳ ତାକୁ ଭୁଲି ହୁଏନା

ହାତ ଛାଡ଼ିଦେଲେ କେବେବି ସହଜେ ଧରି ହୁଏନା
ହାତ ଛାଡ଼ିଦେଲେ କେବେବି ସହଜେ ଧରି ହୁଏନା
ଏ ହୃଦୟ ପାଗଳ ତାକୁ ଭୁଲି ହୁଏନା

ନିଜର ମଣିଷ ଯେବେ ଦିଏ ରେ ଆଘାତ
ହୃଦୟ ଭିତରେ ହୁଏ ଯନ୍ତ୍ରଣା ବହୁତ
ହଜାରେ କାରଣ ଥାଏ ହସି ହୁଏନା

ମନ ଭାଙ୍ଗିଗଲେ କେବେ ବି ସହଜେ ଯୋଡ଼ି ହୁଏନା
ମନ ଭାଙ୍ଗିଗଲେ କେବେ ବି ସହଜେ ଯୋଡ଼ି ହୁଏନା
ଏ ମନଟା ପାଗଳ ତାକୁ ଭୁଲି ହୁଏନା

ହାତ ଧରି ଯିଏ ଦିନେ ଚାଲି ଯାଉଥିଲା
ମନ ଦେଇ, ମନ ନେଇ, ବାଟ ଭାଙ୍ଗିଗଲା
ହୋ, ମଥା ରଖି କୋଳରେ ଯେ ସୋଇ ରହୁଥିଲା
ଆଉ କା ମନରେ ସିଏ କାହାଣୀ ଲେଖିଲା

ସପନ ଭାଙ୍ଗିଲେ ଆଉ ସେ ସପନ ଦେଖି ହୁଏନା
ସପନ ଭାଙ୍ଗିଲେ ଆଉ ସେ ସପନ ଦେଖି ହୁଏନା
ଏ ଅତୀତଟା ଜମା ରଖେଇ ଦିଏନା

ରାଣ ଭାଙ୍ଗିଗଲେ ଭରସାରେ କିଛି କରି ହୁଏନା
ରାଣ ଭାଙ୍ଗିଗଲେ ଭରସାରେ କିଛି କରି ହୁଏନା
ଏ ବିଶ୍ଵାସ କାହିଁକି ଅତୁଟ ରୁହେନା

ମୁଖା ପିନ୍ଧା ଚେହେରାର ଏତେ ଅଭିନୟ
ସମୟଟା କରିଦିଏ କେତେ ଅସହାୟ
ହୋ, ରାତି ଆଉ ରାତି ନୁହେଁ, ଦିନ ନୁହେଁ ଦିନ
ଉପହାର ହେଲା ଯେବେ ଖାଲି ବଦନାମ

ବାଟ ସରିଗଲେ ପୁଣି ସେ ବାଟରେ ଚାଲି ହୁଏନା
ବାଟ ସରିଗଲେ ପୁଣି ସେ ବାଟରେ ଚାଲି ହୁଏନା
ସେ ଠିକଣାକୁ କେବେ ଭୁଲି ହୁଏନା

ବାଟ ସରିଗଲେ ପୁଣି ସେ ବାଟରେ ଚାଲି ହୁଏନା
ବାଟ ସରିଗଲେ ପୁଣି ସେ ବାଟରେ ଚାଲି ହୁଏନା
ସେ ଠିକଣାକୁ କେବେ ଭୁଲି ହୁଏନା



Credits
Writer(s): Japani Bhai, Sankar Mallick
Lyrics powered by www.musixmatch.com

Link