Prema Rutu

ଓଃ-ଓ-ଓଃ-ଓ

ହାତ ଠାରି ଡାକିଲୁ ଯେବେ ଜମା ପାରିଲିନି ମୁଁ ରହି
କୋଉ ରାଇଜରୁ ଆସିଛୁ ତୁ ଚାଲି?, ଯା ମତେ ଥରେ କହି

ହୋ, ବୁଝି ଯାରେ ତୁ ଇଶାରାରେ, ମୁଝେ ପାରୁନାହିଁ ଓଠ ଖୋଲି
ଭରିଦେରେ ତୁ ଶୂନ୍ୟ ସ୍ଥାନ, ବାକି ଯାହା ଅଛି ମୋର ଖାଲି

ମରୁଭୂମି ଏ ମନରେ ଆସି ଯେବେ ପାଦ ଦେଲୁ ତୁ ଥାପି
ମନ ମୋର ପ୍ରଶ୍ନ ତଳେ, ଏତେ ପ୍ରେମ ରଖି ଥିଲୁ କୋଉଠି?
ଏ କି ରଙ୍ଗ ଆଣି ରଙ୍ଗେଇଲୁ ଫଗୁଣ ତୁ?

ହୋ-ଓ-ଓ-ଓ
ହୋ-ଓ-ଓ-ଓ

ହୋ-ଓ-ଓ-ଓ
ହୋ-ଓ-ଓ-ଓ

ସରମି ଆଖିରେ ଆଇନା ଦେଖିଲେ, ଲାଜେଇ ଯାଉ ଲୋ କାଇଁ?
ଲାଗୁଛି ଯେମିତି ଝରକା ଫାଙ୍କରୁ ଜହ୍ନଟି ଆସିଛ ଉଇଁ
ମହମ ପରିକା ଯାଉଛି ତରଳି ଶୁଣିଲି କଥା ଯେ ତୋର
ଜାଳିଲୁ ଏମିତି ଶୀତଳ ନିଆଁରେ ଚାଲୁନିରେ କିଛି ତୋର

ସରଗର ପାରିଜାତ ମିଳିଗଲା ମତେ ପାଇରେ ଆଜି
ରଖି ନେବି ଯତନରେ କେହି ତତେ ପାଇବେନି ଖୋଜି
ଏତେ ମେଘ ଆଣି ଭିଯେଇଲୁ ଶାବଣ ତୁ

ହୋ-ଓ-ଓ-ଓ
ହୋ-ଓ-ଓ-ଓ

ହୋ-ଓ-ଓ-ଓ
ହୋ-ଓ-ଓ-ଓ

ନି-ସା-ନି-ରେ-ସା-ରେ-ଗା-ରେ-ସା-ଗା-ନି-ରା-ସା-ଗା-ପା-ଧା-ନି-ସା-ସା

ରେଶମୀ ଡୋରୀରେ ବାନ୍ଧିଲୁରେ ମତେ, ପ୍ରେମର ପରସ ଦେଇ
ଶିକୁଳି ଫିଟେଇ ତୋ ଠାରୁ ଦୂରେଇ, ଯିବାକୁ ମୋ ଇଚ୍ଛା ନାହିଁ

ହୋ, ଶାମୁକା ଭିତରେ ସାଇକା ମୋତିଟେ, ସତେ କି ମୋହରି ପାଇଁ
ଜନମ, ଜନମ ପାଇଁ ତୁ ମୋହର, ରହିଥା ସାଥିଟେ ହେଇ

ସପନର ସୌଦାଗର ଦେଲୁ କି ତୁ ଉକୁହାର ଆଣି
ରହିଛି ରେ ରହିଥିବି ସାତଜନ୍ମ ପାଇଁ ହେଇ ତୋ ଋଣି
ମତେ ମିଳିଗଲୁ ଏତେ ଭଲ ମଣିଷ ତୁ

ଫେରିଲା ରେ ପ୍ରେମ ଋତୁ, ଫେରିଲା ରେ ପ୍ରେମ ଋତୁ
ଫେରିଲା ରେ ପ୍ରେମ ଋତୁ, ଫେରିଲା ରେ ପ୍ରେମ ଋତୁ



Credits
Writer(s): Suraj Haldar
Lyrics powered by www.musixmatch.com

Link