Maruchi Mu Niti Jali Jali

ଏ ଜନମେ ତମେ ମୋର ନ ହେଲ ନାହିଁ
ଆର ଜନମକୁ ମୁଁ ରହିବି ଚାହିଁ
ହୋ, ଏ ଜନମେ ତମେ ମୋର ନ ହେଲ ନାହିଁ
ଆର ଜନମକୁ ମୁଁ ରହିବି ଚାହିଁ

ତମ ହାତ ଟିକେ ଧରିବାକୁ
ତମ ସାଥେ ବାଟ ଚାଲିବାକୁ
ହୋ, ତମ ହାତ ଟିକେ ଧରିବାକୁ
ତମ ସାଥେ ବାଟ ଚାଲିବାକୁ

ଏତିକି, ଏତିକି ମୋର ଭାଗ୍ୟରେ ନାହିଁ
ଭାଗ୍ୟରେ ନାହିଁ

ଏ ଜନମେ ତମେ ମୋର ନ ହେଲ ନାହିଁ
ଆର ଜନମକୁ ମୁଁ ରହିବି ଚାହିଁ
ଆର ଜନମକୁ ମୁଁ ରହିବି ଚାହିଁ

ଜୀବନରେ କେବେ ମୁଁ ନଥିଲି ଭାବି
ପ୍ରେମ କରି ପ୍ରେମରେ ମୁଁ ହାରିଯିବି
ହୋ, ସବୁ ମୋ ଭାବନା ଆଜି ହେଇଛି ଚୁନା
ଚୁନା କରି ଚାଲିଗଲ ମୋ ଧନ ସୁନା

ପ୍ରେମ ମୋର ଥିଲା ମରୁ ବାଲି
ମରୁଛି ମୁଁ ନୀତି ଜଳି-ଜଳି
ପ୍ରେମ ମୋର ଥିଲା ମରୁ ବାଲି
ମରୁଛି ମୁଁ ନୀତି ଜଳି-ଜଳି

କାନ୍ଦୁଛି ହୃଦୟ ମୋର ତୁମରି ପାଇଁ
ତୁମରି ପାଇଁ

ଏ ଜନମେ ତମେ ମୋର ନ ହେଲ ନାହିଁ
ଆର ଜନମକୁ ମୁଁ ରହିବି ଚାହିଁ
ଆର ଜନମକୁ ମୁଁ ରହିବି ଚାହିଁ

କିଏ ଜାଣିଥିଲା ପୁଣି ଏମିତି ହେବ?
ତୋ ବାଟ ମୋ ବାଟ ଅଲଗା ହବ
ହୋ, ଲୁଚି-ଲୁଚି କାନ୍ଦେ ଆଜି ମୁଁ ଏକା-ଏକା
ଦୁଃଖ ଖାଲି ଦୁଃଖ ମୋର କପାଳେ ଲେଖା

ସ୍ମୃତି ତୋର ଖାଲି ମନେ ପଡେ
ଆଖିରୁ ମୋ ଖାଲି ଲହୁ ଝରେ
ହୋ, ସ୍ମୃତି ତୋର ଖାଲି ମନେ ପଡେ
ଆଖିରୁ ମୋ ଖାଲି ଲହୁ ଝରେ

ଛାତିକି ପଥର କରି ଯାଉଛି ସହି
ଯାଉଛି ସହି

ଏ ଜନମେ ତମେ ମୋର ନ ହେଲ ନାହିଁ
ଆର ଜନମକୁ ମୁଁ ରହିବି ଚାହିଁ
ଆର ଜନମକୁ ମୁଁ ରହିବି ଚାହିଁ



Credits
Writer(s): Ganapati Kumar, Hrusikesh Behera
Lyrics powered by www.musixmatch.com

Link