To Pari Aau Kehinahi

ମାଘ ମାସର ଶୀତ ପରି, ଛୁଇଁଲୁ ଆସି ଥିରି-ଥିରି
ସେ ଛୁଆଁରେ ସତେ ଥିଲା ରେ କି କୁହୁକ?
କାକର ବୁନ୍ଦା ଛିଟା ପରି, ହୃଦୟେ ମୋର ଗଲୁ ଝରି
ତୋ ପରି କିଏ ଅଛି ରେ କହ ପ୍ରେମିକ?

ଗୋଉଣିରୁ ଧାନ ଢାଳି ହେଲା ପରି
ହୃଦୟରେ ମୋର ପ୍ରେମ ଦେଲୁ ଢାଳି
ନିଜର ଏତେ ଲାଗୁ କାହିଁ?

ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ

ମନ ଶଗଡ଼ ମୋ ଗଡିଯାଏ ତୋ ଗଳିରେ
ତୁ ବସିଲେ ଖାଲି ହେଲା
ହୋ, ପାଉଣା ମୁଁ ସବୁ ପାଇଯିବି ଏ ପ୍ରେମରେ
ତୁ ହସିଲେ ଖାଲି ହେଲା

କଲମରୁ କାଳି ଝରି ଗଲା ପରେ
ମନ ସାରା ମୋର ପ୍ରେମ ଗଲା ଝରି
ନିଜର ଏତେ ଲାଗୁ କାଇଁ?

ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ

ନିଦ ଉଜାଗର ମୁଁ ରାତିସାରା, ତୋ ପାଇଁ ରେ
ତୁ ବୁଝିଲେ ଖାଲି ହେଲା
ହୋ, ହସ ବୁଣୁଛି ମୁଁ ମନରେ, ତୋ ମନରେ
ତୁ ରଖିଲେ ଖାଲି ହେଲା

ଫଗୁଣରେ ରଙ୍ଗ ଲାଗିଗଲା ପରି
ବାଟ ସାରା ଆସି ରଙ୍ଗ ଦେଲୁ ମାରି
ନିଜର ଏତେ ଲାଗୁ କାଇଁ?

ତୋ ପରି, ମୋ ପରି, ଆଉ କେହିନାହିଁ
ତୋ ପରି, ମୋ ପରି, ଆଉ କେହିନାହିଁ



Credits
Writer(s): Somesh Satpathy
Lyrics powered by www.musixmatch.com

Link