Bhangidelu Dhana Hrudaya Mora

ଛାତି ଚିରି ହୃଦୟ ମୋ ଦେଇଥିଲି, ପ୍ରେମକୁ ମୋ ବୁଝିଲୁନି ତୁ
ରକତରେ ନା ତୋର ଲେଖିଥିଲି, କେମିତି ଲୋ ଭୁଲିଗଲୁ ତୁ?
ହୋ, ଛାତି ଚିରି ହୃଦୟ ମୋ ଦେଇଥିଲି, ପ୍ରେମକୁ ମୋ ବୁଝିଲୁନି ତୁ
ରକତରେ ନା ତୋର ଲେଖିଥିଲି, କେମିତି ଲୋ ଭୁଲିଗଲୁ ତୁ?

ରହି ମୁଁ ପାରୁନି, ଆଉ ସହି ବି ପାରୁନି
ରହି ମୁଁ ପାରୁନି, ଆଉ ସହି ବି ପାରୁନି
ସ୍ବାର୍ଥ ପାଇଁ ମୋ ବିଶ୍ଵାସେ ବିଷ ଦେଲୁ

ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର
ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର

ଅନ୍ଧ ପରି ତତେ ଭଲ ପାଇଲି
ତୋ ପାଇଁ ଦୁନିଆକୁ ପର କଲି
କାନ୍ଦୁଛି ଆଜି ମୁଁ ତୋରି ପାଇଁ
ସପନ ମୋ ଲୁହ ହେଇ ଯାଉଛି ବୋହି

ହୋ, ଅନ୍ଧ ପରି ତତେ ଭଲ ପାଇଲି
ତୋ ପାଇଁ ଦୁନିଆକୁ ପର କଲି
କାନ୍ଦୁଛି ଆଜି ମୁଁ ତୋରି ପାଇଁ
ସପନ ମୋ ଲୁହ ହେଇ ଯାଉଛି ବୋହି

ସତ ଥିଲା ମୋ ପ୍ରେମ, ଆଜି ହେଲା ମଲା ଜହ୍ନ
ସତ ଥିଲା ମୋ ପ୍ରେମ, ଆଜି ହେଲା ମଲା ଜହ୍ନ
ପୁନେଇର ଆକାଶକୁ ଅନ୍ଧାର କଲୁ

ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର
ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର

ବେଳ ଥିଲା, ତୁ ଥିଲୁ ମୋ କୋଳରେ
ଏବେ ଶୋଉଛୁ ଆଉ କା ଶେଯରେ
ସ୍ବାର୍ଥ ଟିକେ ପାଇଁ ଚାଲିଗଲୁ ଦୂର
ଲୁହରେ ଭାସିବ ତୋ ସୁଖ ସଂସାର

ହୋ, ବେଳ ଥିଲା, ତୁ ଥିଲୁ ମୋ କୋଳରେ
ଏବେ ଶୋଉଛୁ ଆଉ କା ଶେଯରେ
ସ୍ବାର୍ଥ ଟିକେ ପାଇଁ ଚାଲିଗଲୁ ଦୂର
ଲୁହରେ ଭାସିବ ତୋ ସୁଖ ସଂସାର

ଫେରିବୁ ଖୋଜି ତୁ, ଆଉ ନ ଥିବି ଲୋ ମୁଁ
ଫେରିବୁ ଖୋଜି ତୁ, ଆଉ ନ ଥିବି ଲୋ ମୁଁ
ଦୁଃଖ ଦେଇ ହସ ମୋର ଲୁଟିନେଲୁ

ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର
ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର
ଭାଙ୍ଗିଦେଲୁ, ଭାଙ୍ଗିଦେଲୁ ଧନ ହୃଦୟ ମୋର
ରହିଗଲା, ରହିଗଲା ଅଧା ପ୍ରେମ ଆମର



Credits
Writer(s): Prakash Kumar, Sumit Kumar
Lyrics powered by www.musixmatch.com

Link