Tate Pai

ଆଖି ମୋର ଅଟକିଗଲା, ପ୍ରେମ ବୋଧେ ସତେକି ହେଲା
ଆଖି ମୋର ଅଟକିଗଲା, ପ୍ରେମ ବୋଧେ ସତେକି ହେଲା
ତୋ ପାଖେ ଜୀବନ ଲାଗେ ଆଜି ରେ ପୂରଣ
ଆଜି କିଛି କାଇଁ ଚାହିଁବି ମୁଁ?
ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ
ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ

ତୋ ଠିକଣା ମୁଁ ଖୋଜେ ରେ ଯେବେ ବି ଟିକେ ଆଜି
ହୃଦୟ କୋଣ ବତିଘରେ ତୋ ରୂପର ଦାଗ ପାଏ ଖୋଜି
ଜାଣେନା କାହିଁକି ରେ
ତୋ ପାଇଁ ଆଜି ବାଟରେ ଲକ୍ଷେ ଫୁଲର ଫଗୁଣ
ତୋବିନା କିଛି ଜାଣେନା ମୁଁ
ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ
ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ

ତୋ ପାଉଣା ମୁଁ କେମିତି ଦେବି ରେ କହ ଆଣି
ପ୍ରେମ ବଦଳେ ଯେତେ ଦେଲେ ନିଅଣ୍ଟ ପଡୁଚି ଟିକେ ପୁଣି
ଜାଣେନା କାହିଁକି ରେ
ତୋ ପାଖେ ମୋ ସପନ, ଲାଗେ ଆଜି ରେ ପୂରଣ
ତୋ ବିନା କିଛି ବୁଝେନା ମୁଁ
ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ
ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ

ତୋତେ ପାଇ ସବୁକିଛି ଆଜି ପାଇଛି ମୁଁ
ଲାଗେ ପୁରା ପୃଥିବୀଟା ଜିତି ଯାଇଛି ମୁଁ



Credits
Writer(s): Rakesh Dash, Somesh Satpathy
Lyrics powered by www.musixmatch.com

Link