To Khusi Re Mo Khusi

ମୋ ପ୍ରିୟାକୁ ମୁଁ ମାଗିଥିଲି ଦେ ଟିକେ ହସ
ମୋ ପ୍ରିୟାକୁ ମୁଁ ମାଗିଥିଲି ଦେ ଟିକେ ହସ
କହିଦେଲା ଆଜି, ଭଲ ପାଅ ଯଦି
ତମେ ପିଇ କି ପାରିବ ବିଷ

ଭଲ ପାଇଥିଲା ବୋଲି
ରାଣ ଦେଇ ଗଲା ଚାଲି
ମୁଁ ମରିଗଲେ ହବ ସିଏ ଖୁସି
ମୁଁ ମରିଯିବି ହସି-ହସି-ହସି

ତୁ ଜାଣିଥା ଲୋ

ତୋ ଖୁସିରେ ମୋ ଖୁସି
ତୋ ଖୁସିରେ ମୋ ଖୁସି

ଏମିତି ପ୍ରେମିକା, ପ୍ରେମ ବଦଳରେ ମାଗୁଛି ଜୀବନ
ଦେଖିବ ବୋଲିକା ସତେ ନୂଆ ସପନ
ହୋ ନିଜ ପ୍ରତିଶ୍ରୁତି, ନିଜେ କଲୁ ଇତି
କଉ ସ୍ବାର୍ଥ ପାଇଁ
କାଟି ଦେଲୁ ଥିଲା ଯେତେ ପ୍ରେମ ବନ୍ଧନ

ଆଉ କାହା ସାଥେ ମିଶି
ତୁ ଯଦି ହବୁ ଖୁସି
ମୋ ପ୍ରେମ ପାଉ ପଛେ ଫାଶୀ
ମୁଁ ଯିବି ନାଇଁ ଜମା ରୁଷି

ତୁ ଜାଣିଥା ଲୋ

ତୋ ଖୁସିରେ ମୋ ଖୁସି
ତୋ ଖୁସିରେ ମୋ ଖୁସି

ଦୁନିଆଁ ରେ ଏତେ ଖେଳନା ଥାଇକି କାହିଁକି ଖେଲିଲୁ?
ନିରୀହ ପ୍ରେମିକର ହୃଦୟ ସାଥେ
ହୋ, ଏତେ ଭଲ ପାଇ ଯଦି ମୋର ହେଲୁ ନାହିଁ
ଦେଲୁ ତୁ ମତେ ଧୋକା
ବିଶ୍ଵାସ କାଇଁ ବା ତତେ କରିବ କିଏ

ଆଶା ମୋର ଯାଉ ଭାସି
ସ୍ବପ୍ନ ଯେତେ ହଉ ବାସି
ତତେ ମିଲିଯାଉ ସବୁ ଖୁସି
ମୁଁ ପଛେ ହୁଏ ପରଦେଶୀ

ତୁ ଜାଣିଥା ଲୋ

ତୋ ଖୁସିରେ ମୋ ଖୁସି
ତୋ ଖୁସିରେ ମୋ ଖୁସି
ତୁ ଜାଣିଛୁ ଲୋ, ତୋ ଖୁସି ରେ ମୋ ଖୁସି
ତୋ ଖୁସି ରେ ମୋ ଖୁସି



Credits
Lyrics powered by www.musixmatch.com

Link