Nijathu Nijara

ମନେ ଭାବିଲେ ଯେତେ ଥର
ଖୋଜି ପାଏନି ତା ଉତ୍ତର
ଦେଖିଲା ଦିନଠୁ ହଟିନି ବି ଥରେ
ତୋ ଠାରୁ ମୋ ନଜର

ମନେ ଭାବିଲେ ଯେତେଥର
ଖୋଜି ପାଏନି ତା ଉତ୍ତର
ଅଜଣା ହେଇ ଲାଗିଲୁ କାଇଁ ଏତେ
ନିଜଠୁ ବି ନିଜର?
ହସ ହସ ତୋ ଓଠରେ କହିଦେ ରେ ତୁ ଥରେ
ତୋ ମନରେ କିଛି ମୋ ପାଇଁ ରେ
ହଁ, ଦିନ ରାତି ଭାବେ ରେ, ତୋ କଥା ମୁଁ କେତେ ରେ
କିଏ ଆଉ ଅଛି ମୋର ତୋ ବିନା ରେ?

ପ୍ରେମ ପ୍ରତି ସ୍ପନ୍ଦନରେ ତୋ ନାଁ
ପାରେ ନାହିଁ କ୍ଷଣେ ଜିଇଁ ତୋ ବିନା
ସତେ ବୋଳିଦେଲୁ ରଙ୍ଗ ସାରା ଆକାଶେ ଆଜି
ସାତ ରଙ୍ଗ ସଵାରୀରେ ଫଗୁଣ ସାଜି

ମନେ ଭାବିଲେ ଯେତେଥର
ଖୋଜି ପାଏନି ତା ଉତ୍ତର
ଅଜଣା ହେଇ ଲାଗିଲୁ କାଇଁ ଏତେ
ନିଜଠୁ ବି ନିଜର?
ତୋ ରଙ୍ଗ ରଙ୍ଗର ପ୍ରେମର ପତର
ଢାଳିଦେଲା କିଏ ଆସି ମୋ ଦେହେ ଅତର
ମହମହ ବାସେ ଦିନ, ରାତି ପହର

ତୋ ଅଳ୍ପ ଅଳ୍ପ ମୋ ପ୍ରଶ୍ନର ଉତ୍ତର
ଭରିଦେଲା କି ଆସି ହୃଦୟ ସାଗର
ତୁହା-ତୁହା ଉଠେ ତୋ ପାଇଁ ଜୁଆର

ତୁ ମୋ ଜୀବନରେ ଆସିବା ପରେ
ସବୁ ରାତି ପାହେ ତୋ ସ୍ବପ୍ନରେ
ସତେ ମିଳିଗଲା ସବୁ ଖୁସି ତତେ ପାଇ ରେ
ତୋ ବିନା ମୋ ଲୋଡ଼ା ନାହିଁ କିଛି ଆଉ ରେ

ମନେ ଭାବିଲେ ଯେତେଥର
ଖୋଜି ପାଏନି ତା ଉତ୍ତର
ଅଜଣା ହେଇ ଲାଗିଲୁ କାଇଁ ଏତେ
ନିଜଠୁ ବି ନିଜର?



Credits
Writer(s): Saroj Pattanayak
Lyrics powered by www.musixmatch.com

Link