Kahin Kete Dura Ganga

କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା
କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା

ମାଘ ସପ୍ତମୀରେ ବୁଡ଼ ଦେବି ଯାଇ
ମାଘ ସପ୍ତମୀରେ ବୁଡ଼ ଦେବି ଯାଇ
ଅର୍କତୀର୍ଥ ଚନ୍ଦ୍ରଭାଗା ଲୋ ମତରଙ୍ଗା
ଅର୍କତୀର୍ଥ ଚନ୍ଦ୍ରଭାଗା

କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା

ମାଘମାସ ଶୁକ୍ଳପକ୍ଷ
ତିଥି ପରା ସପ୍ତମୀ ଲୋ ତିଥି ପରା ସପ୍ତମୀ
କଲେ ସୂର୍ଯ୍ୟ ଉପାସନା
ଦୁଃଖ ଜମା ରହେନି ଲୋ ଦୁଃଖ ଜମା ରହେନି

ତିଳ ଲଗାଇ ଯେ କରିଲେ ସ୍ନାନ
ତିଳେ ଦେଲେ ପୁଣି ଦାନ ଭୋଜନ
ତିଳ ଲଗାଇ ଯେ କରିଲେ ସ୍ନାନ
ତିଳେ ଦେଲେ ପୁଣି ଦାନ ଭୋଜନ

କୋଟି ଗୋଦାନ ର ଫଳ ମିଳିଯାଏ
କୋଟି ଗୋଦାନ ର ଫଳ ମିଳିଯାଏ
ବ୍ୟାଧିକୁ ନ ମିଳେ ଜାଗା ଲୋ ମତରଙ୍ଗା
ବ୍ୟାଧିକୁ ନ ମିଳେ ଜାଗା

କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା

ସୂର୍ଯ୍ୟ ଉପାସନା କରି
ଚନ୍ଦ୍ରଭାଗା କୂଳରେ ଲୋ ଚନ୍ଦ୍ରଭାଗା କୂଳରେ
ଶାମ୍ବ ହେଲେ ଶାପମୁକ୍ତ
ସୂର୍ଯ୍ୟକୃପା ବଳରେ ଲୋ ସୂର୍ଯ୍ୟକୃପା ବଳରେ

ସୂର୍ଯ୍ୟଦେବଙ୍କର ଜନମ ତିଥି
ପବିତ୍ର ଏ ମାଘ ସପ୍ତମୀ ତିଥି
ସୂର୍ଯ୍ୟଦେବଙ୍କର ଜନମ ତିଥି
ପବିତ୍ର ଏ ମାଘ ସପ୍ତମୀ ତିଥି

ମନୁଷ୍ୟ ଜନ୍ମରୁ ମିଳିଯିବ ମୁକ୍ତି
ମନୁଷ୍ୟ ଜନ୍ମରୁ ମିଳିଯିବ ମୁକ୍ତି
ଭକତିରେ ମନ ଲଗା ଲୋ ମତରଙ୍ଗା
ଭକତିରେ ମନ ଲଗା

କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା

ମାଘ ସପ୍ତମୀରେ ବୁଡ଼ ଦେବି ଯାଇ
ମାଘ ସପ୍ତମୀରେ ବୁଡ଼ ଦେବି ଯାଇ
ଅର୍କତୀର୍ଥ ଚନ୍ଦ୍ରଭାଗା ଲୋ ମତରଙ୍ଗା
ଅର୍କତୀର୍ଥ ଚନ୍ଦ୍ରଭାଗା

କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା
କାହିଁ କେତେଦୂର ଗଙ୍ଗା ଲୋ ମତରଙ୍ଗା
କାହିଁ କେତେଦୂର ଗଙ୍ଗା



Credits
Writer(s): Prem Anand
Lyrics powered by www.musixmatch.com

Link