Rajahanshini

ମେଘରାଜାର ତୁ ଗେହ୍ଲେଇ କନ୍ୟା
ବରଷିଗଲେ ହୁଏ ପ୍ରେମର ବନ୍ୟା
ହଁ, ସପନ ରାଜା ତୁ ସପନେ ଆସି
ଲାଜରେ ମତେ ତୁ ଭିଯାଉ ବେଶୀ

ଆକାଶରେ ମନଗୁଡ଼ି
କହୁଛି ଲୋ ଉଡ଼ି-ଉଡ଼ି
ଆକାଶରେ ମନଗୁଡ଼ି
କହୁଛି ଲୋ ଉଡ଼ି-ଉଡ଼ି

ମୋ ପ୍ରେମ ବାସୁରିର ତୁ ରାଗିଣୀ

ହାଏ, ହାଏରେ-ହାଏରେ ମୋ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୋ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୁଁ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୁଁ ରାଜ-ହଂସିନି

ହସିଦେଲେ ହସରୁ ତୋ ଝରେ ପ୍ରେମ-ମହୁ
ମୋ ପ୍ରେମ ଫରୁଆର ତୁ ସାଧବ ବହୁ
ତତେ ଯେବେ ଚାହିଁଦିଏ ଲାଜେଇ ମୁଁ ଯାଏ
ଲାଜରେ ମୁଁ ଜୁଡୁବୁଡୁ ତୋ ପାଇଁ ରେ ହାଏ

ନିରୀହ ତୋ ଦୁଇ ଆଖି
ନେଇଯାଏ ମତେ ଡ଼ାକି
ନିରୀହ ତୋ ଦୁଇ ଆଖି
ନେଇଯାଏ ମତେ ଡ଼ାକି

ମୋ ମନ ମୋ ପାଖରେ ରହି ପାରୁନି

ହାଏ, ହାଏରେ-ହାଏରେ ମୋ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୋ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୁଁ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୁଁ ରାଜ-ହଂସିନି

ଭାବନାରେ ମନ ମୋର ହଜି କି ଯାଇଛି?
ଲାଗେ ବୋଧେ ପୁଣିଥରେ ସେ ପ୍ରେମରେ ପଡ଼ିଛି
ହୋ, ସପନରେ ଆଜିକାଲି ତତେ ମୁଁ ଦେଖୁଛି
ସାରା ରାତି ନିଦ ନାହିଁ ତୋ କଥା ଭାବୁଛି

ଲାଜରେ ମୋ ମନପକ୍ଷୀ
ଭାବୁଛି ରେ ତତେ ବସି
ଲାଜରେ ମୋ ମନପକ୍ଷୀ
ଭାବୁଛି ରେ ତତେ ବସି

କେବେ ହେବି ମୁଁ କହ ତୋ ଘର-ରାଣୀ

ହାଏ, ହାଏରେ ହାଏ ମୁଁ ରାଜ-ହଂସିନି
ହାଏ-ହାଏ, ହାଏ-ହାଏ ମୁଁ ରାଜ-ହଂସିନି
ହାଏ, ହାଏରେ-ହାଏରେ ମୋ ରାଜ-ହଂସିନି
ହାଏ-ହାଏ, ହାଏରେ-ହାଏରେ ମୋ ରାଜ-ହଂସିନି



Credits
Writer(s): Matruprasad Rath
Lyrics powered by www.musixmatch.com

Link