Mo Suna Bhauni

ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ମୋ ସୁନା ଭଉଣୀ

ସଅଳ-ସଅଳ ବାନ୍ଧିଦେ ଲୋ ରାକ୍ଷୀ
ସଅଳ-ସଅଳ ବାନ୍ଧିଦେ ଲୋ ରାକ୍ଷୀ
ମନ ମୋ ଉଚ୍ଛନ୍ନ ହେଲାଣି

ମୋ ସୁନା ଭାଇ
ମୋ ରାଜା ଭାଇ
ମୋ ସୁନା ଭାଇ
ମୋ ରାଜା ଭାଇ

ଟିକିଏ ରହିଥା, ଦେଖୁନୁ ଥାଳିରେ
ଟିକିଏ ରହିଥା, ଦେଖୁନୁ ଥାଳିରେ
ସବୁ ସଜବାଜ କଲିଣି

ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ମୋ ସୁନା ଭାଇ
ମୋ ରାଜା ଭାଇ
ମୋ ସୁନା ଭଉଣୀ
ମୋ ସୁନା ଭଉଣୀ

ପିଲାଦିନ କଥା ତୋ ମନେ ଅଛି ନା, ଭୁଲିଗଲୁଣି କି କହ
ରାକ୍ଷୀ ବାନ୍ଧି ତୋତେ ପଇସା ନ ଦେଲେ, ହେଁ ବଡ଼ କରୁ ମୁହଁ
ପିଲାଦିନ କଥା ଭାବିଦେଲେ ଭାଇ, ମୋତେ ହସ ଲାଗେ ଭାରି
ପକେଟ ଭିତରୁ କୋଡ଼ିଏ ପଇସା, କାଢୁ ମନ ଦୁଃଖ କରି

ତୁ କହୁ ପଚାସେ ପଇସା ଦେ ଭାଇ
ବିକଳ ହେଇ ମୁଁ କହେ ପାଖେ ନାହିଁ

ସତକଥା ଭାଇ ସେହି ମିଠାଦିନ
ସତକଥା ଭାଇ ସେହି ମିଠାଦିନ
କେବେହେଲେ ଭୁଲି ହବନି

ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ମୋ ସୁନା ଭାଇ
ମୋ ରାଜା ଭାଇ
ମୋ ସୁନା ଭଉଣୀ
ମୋ ସୁନା ଭଉଣୀ

ମୋ ସୁନାଭାଇଟା ମୋ ଜୀବନ ଧନ, ତା ପରି କିଏ ସେ ହବ
ଜିଇଁଥିବା ଯାଏଁ ଛାଇ ପରି ମୋର ପାଖେ-ପାଖେ ରହିଥିବ
ହଁ, କଥାଦେଲି ତତେ ମଥା ମୋର ଛୁଇଁ, ତୁ ମୋ ସୁଭଦ୍ରା ଭଉଣୀ
ଜଗାଭାଇ ପରି ଜଗି ରହିଥିବି, କେବେ ତତେ ଛାଡ଼ିବିନି

ଭାଇ ନୁହେଁ ତୁ ତ ଭରସାର ଛାଇ
ଖରା ବରଷାରେ ରଖିବୁ ଘୋଡେଇ

ଦରକାର ହେଲେ ତୋ ପାଇଁ ଜୀବନ
ଦରକାର ହେଲେ ଏଇ ମୋ ଜୀବନ
ଦେବାକୁ ପଛେଇ ଯିବିନି

ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ମୋ ସୁନା ଭାଇ
ମୋ ରାଜା ଭାଇ

ସଅଳ-ସଅଳ ବାନ୍ଧିଦେ ଲୋ ରାକ୍ଷୀ
ସଅଳ-ସଅଳ ବାନ୍ଧିଦେ ଲୋ ରାକ୍ଷୀ
ମନ ମୋ ଉଚ୍ଛନ୍ନ ହେଲାଣି

ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ମୋ ସୁନା ଭାଇ
ମୋ ରାଜା ଭାଇ
ମୋ ସୁନା ଭଉଣୀ
ମୋ ସୁନା ଭଉଣୀ



Credits
Writer(s): Suresh Panda
Lyrics powered by www.musixmatch.com

Link