Priyasi Priyatama

ଜୋଛନା, ଜୋଛନା, ଜୋଛନା, ଜୋଛନା

ଏ ନୀଳ ନୟନା, ଲାଜର ତୁ ଗହଣା
ଗହମ ରଙ୍ଗରେ ତୋର ଉଛୁଳୁଛି ଯଉବନ
ଚହଲି ପଡୁଛି ସତେ ଯମୁନା

ଏଇ ମନ ଭାବନା, ଆଖିର ତୁ ଆଇନା
ମହୁଲ ପ୍ରେମରେ ତୋର ମହକୁଛି ରାତିଦିନ
ସତେ କି ତୁ ଜହ୍ନ ମୁଁ ତୋ ଜୋଛନା

ପ୍ରତିବିମ୍ବ ପ୍ରତି ଝଲକରେ, ପ୍ରତିଛବି ପ୍ରତି ପାହାଚରେ
ଧୀରେ ଧୀରେ ଆସି ଜଣେ କାନରେ ମୋ କହିଯାଏ
ତିନୋଟି ଅକ୍ଷର ମୋର ନା'

ଜୋଛନା ସତ ନା ତୁ କଳ୍ପନା
ହୋ, କେମିତି କହିବି ଏ ଭାବନା?
ହୋ, ପ୍ରତି ଲେଖା ପ୍ରତି କବିତାରେ
ପ୍ରତି ଅକ୍ଷରରେ ତୋ ନା'

ପ୍ରିୟସୀ ପ୍ରିୟା ମୁଁ, ତୋ ପ୍ରୀତି ପ୍ରିୟତମା
ତୋ ପ୍ରେମରେ ନାହିଁ କିଛି ଆଉ ପରିସୀମା

ହଁ, ରଙ୍ଗ ଏ ଫଗୁଣ ଆସି ଏକା
ଭରିଦେଲା ପ୍ରେମ ଏମିତିକା
ଲାଗୁଛି ସତେ କି ସପନ ଦେଖୁଛି
ଦିନ ଆଲୋକରେ ଯେମିତିକା

ଆ, ଲହରୀ ନା ତୁ ମୋ ଲହରୀକା
ଦେଇଛି ମୁଁ ତୋ ନାଁ ଅନାମିକା
ଲାଗୁଛି ଏମିତି ସତେ କି ଯେମିତି
ମରୁଭୂମିର ତୁ ମରୀଚିକା

ହାଏ, ପ୍ରତିଧ୍ୱନି ପ୍ରତି ସ୍ପନ୍ଦନରେ
ପ୍ରତୀକ୍ଷଣ ପ୍ରତି ମୁହୂର୍ତ୍ତରେ
ଥିରି ଥିରି ଆସି ଜଣେ ହୃଦୟକୁ ଛୁଇଁଯାଏ
ସତେ କି ସେ ମୋ ଦୁନିଆ

ନିଃଶ୍ୱାସ ତୋ ବିନା ମୋ ଚଲେନା
ହୋ, ବିଶ୍ୱାସ ତୋ ବିନା ମୋ ଆସେନା
ପ୍ରଥମ ଥର ଏ ହୃଦୟରେ ଲେଖିଦେଇଛି ମୁଁ ତୋ ନାଁ

ପ୍ରିୟସୀ ପ୍ରିୟା ତୁମ ପ୍ରୀତି ପ୍ରିୟତମା
ମୋ ପ୍ରେମରେ ନାହିଁ କିଛି ଆଉ ପରିସୀମା
ପ୍ରିୟସୀ ପ୍ରିୟା ମୁଁ ତୋ ପ୍ରୀତି ପ୍ରିୟତମା
ମୋ ପ୍ରେମରେ ନାହିଁ କିଛି ଆଉ ପରିସୀମା



Credits
Writer(s): Saroj Pattanayak
Lyrics powered by www.musixmatch.com

Link