Haire Mohana Mo Chaka Nayana

ହାଏରେ ମୋହନ
ମୋ ଚକାଚନ୍ଦନ
ହାଏରେ ମୋହନ, ମୋ ଚକାଚନ୍ଦନ

କି ମହନି ଲଗେଇ ଦେଲୁ?
କି ମହନି ଲଗେଇ ଦେଲୁ?

ତୋ ଭାବର ମେଘରେ ମତେ ଭିଜେଇ ଦେଲୁ
ତୋ ଭାବର ମେଘରେ ମତେ ଭିଜେଇ ଦେଲୁ

ମତେ ରଗେଇ ଦେଲୁ
ମତେ ରୁଷେଇ ଦେଲୁ
ଧନ କଣ ନ କଲୁ

(ତୋ ଭାବର ମେଘରେ ମତେ ଭିଜେଇ ଦେଲୁ)
(ତୋ ଭାବର ମେଘରେ ମତେ ଭିଜେଇ ଦେଲୁ)

ହୋ, ପରଦେଶୀ ମେଘ ପରି ହବୁନି ତୁ ଧନ
ଭିଜେଇ ବାହୁଡ଼ି ଗଲେ କାନ୍ଦିବରେ ପ୍ରାଣ
ହୋ, ପରଦେଶୀ ମେଘ ପରି ହବୁନି ତୁ ଧନ
ଭିଜେଇ ବାହୁଡ଼ି ଗଲେ କାନ୍ଦିବରେ ପ୍ରାଣ

ଭିଜେଇଲୁ ଯଦି ମତେ ସବୁଦିନ ଭିଜା
ମୋ ଭାବ ରାଇଜେ ପରା ତୁ ମୋର ରଜା

ହାଏରେ ମୋହନ
ମୋ ଚକାବଦନ
ହାଏରେ ମୋହନ, ମୋ ଚକାବଦନ

କି ଡୋରି ତୁ ଲଗେଇ ଦେଲୁ?
କି ଡୋରି ତୁ ଲଗେଇ ଦେଲୁ?

(ତୋ ଭାବର ଚାନ୍ଦରେ ମତେ ସଜେଇ ଦେଲୁ)
(ତୋ ଭାବର ଚାନ୍ଦରେ ମତେ ସଜେଇ ଦେଲୁ)

ସିଂହଦ୍ୱାରେ ବସିଛି ମୁଁ ବାଟ ତୋର ଚାହିଁ
ଧନ୍ୟ ହେଇଯିବି କାଳେ ତତେ ଦେଖିଦେଇ
ହୋ, ସିଂହଦ୍ୱାରେ ବସିଛି ମୁଁ ବାଟ ତୋର ଚାହିଁ
ଧନ୍ୟ ହେଇଯିବି କାଳେ ତତେ ଦେଖିଦେଇ

ତୁହି ମୋର ଶେଷବନ୍ଧୁ, ତୁହି ମୋର ସଖା
କେବେ ଯଦି ମନେପଡ଼େ ଦବୁ ଟିକେ ଦେଖା

ହାଏରେ ମୋହନ
ମୋ କଳାବଦନ
ହାଏରେ ମୋହନ, ମୋ କଳାବଦନ

ତୁ କି ମାୟା ଲଗେଇ ଦେଲୁ?
ତୁ କି ମାୟା ଲଗେଇ ଦେଲୁ?

(ତୋ ମାୟାର ମହକେ ମତେ ହଜେଇ ଦେଲୁ)
(ତୋ ଭାବର ମେଘରେ ମତେ ଭିଜେଇ ଦେଲୁ)
(ତୋ ମାୟାର ମହକେ ମତେ ହଜେଇ ଦେଲୁ)
(ତୋ ଭାବର ମେଘରେ ମତେ ଭିଜେଇ ଦେଲୁ)



Credits
Writer(s): Baidyanath Dash
Lyrics powered by www.musixmatch.com

Link